csstore

ସୁଦାମଚରଣ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟି ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଇତିହାସ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ୍‌ କାଉନ୍‌ସିଲର୍‌, ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଧିକାରୀ, ଅଧ୍ୟାପିକା ଜସ୍ମିନ ନନ୍ଦ, ଅଧ୍ୟାପକ ଚନ୍ଦ୍ରଭାନୁ ମିର୍ଧା, ରଘୁନାଥ ଭୋଇ, ଗ୍ରନ୍ଥାଗାରିକ ପ୍ରୀତମ କୁମାର ପଣ୍ଡା, ବରିଷ୍ଠ କିରାଣୀ ରମାଇ ସିଂ, କନିଷ୍ଠ କିରାଣୀ ନିମାଇଁରଣା, ଅତିଥି ଅଧ୍ୟାପିକା ଗାର୍ଗୀ ମିଶ୍ର, ବର୍ଷା ପଟେଲ ଓ ଜ୍ୟୋତ୍ସ୍ନାମୟୀ ପଟେଲ ତଥା ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା ଓ ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ । ପ୍ରବେଶ ଧିରେ ଧିରେ ବିଗିଡିଯାଉଥିବାରୁ ସମସ୍ତେ ପରିବେଶ ସୁରକ୍ଷାଦିଗରେ ଯତ୍ନବାନ ହେବାକୁ ଆହ୍ୱାନ ଦିଆଯାଇଥିଲା ।

jayashree
Leave A Reply

Your email address will not be published.