oum

ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଳକ ଅନ୍ତର୍ଗତ ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ବନବିଭାଗର ଚାରା ଉତ୍ପାଦନ କେନ୍ଦ୍ର (ନର୍ସରୀ)ରୁ ବିଭିନ୍ନ ପ୍ରକାରର ଚାରା ହାତରେ ଧରି ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ପ୍ରଧାନ ଶିକ୍ଷ ଚିନ୍ତାମଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବଂଧୁ ମୀନକେତନ ସାହୁ ଯୋଗଦାନ କରି ବୃକ୍ଷରୋପଣ, ଜଳବାୟୁ ପରିବର୍ତ୍ତନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ସଂପର୍କିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଚିନ୍ତାମଣୀ ସାହୁ ଆଗାମୀ ପିଢ଼ିର ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ସଂରକ୍ଷଣ ଉପରେ ନିଜର ମତ ପ୍ରକାଶ କରିଥିଲେ । ବିଦ୍ୟାଳୟରେ ଚାରାରୋପଣ ସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଗ୍ରାମ ମାନଙ୍କରେ ବୃକ୍ଷରୋପଣ ନିମନ୍ତେ ଚାରା ପ୍ରଦାନ କରାଯାଇଥିଲା । ବନ ମହୋତ୍ସବରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଶ୍ରୀବତ୍ସରାଜ ପୁରୋହିତ, ଅନଙ୍ଗ କୁମାର ଜେନା, ସୁକୃତା ସୁନା, ସୁରଭୀ ଭୋଇ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.