csstore

ଜଳ ସେଚନ ବିଭାଜନ ପକ୍ଷରୁ ଟିଟିଲାଗଡ଼ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ କ୍ଷୁଦ୍ର ଜଳ ସେଚନ ଉପ ବିଭାଜନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି, ଡ. ଦଳ ଗୋବିନ୍ଦ ବିଶି ମୁଖ୍ୟ ବକ୍ତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସୁଶିଲ ବେହେରା ମୁଖ୍ୟମନ୍ତ୍ରୀ ତେଲ ଅବବାହିକା, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରା, ସଦସ୍ୟା ଗୀତା ବିଶି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଚାଷୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ୬ଟି ବ୍ୟାରେଜ୍ ନିର୍ମାଣ ପାଇଁ ୫୦୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କହିଥିଲେ । ଏହି ଅବସରରେ ଲୋଇସିଂହା ଲଙ୍କା ବାହାଲି ବିଶ୍ଵକର୍ମା ପାଣି ପଞ୍ଚାୟତର ନୀଳକଣ୍ଠ ସାହୁଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଲାଥିଲା । ଜାଡେନ ଫାର୍ମର କମ୍ପାନୀ ପକ୍ଷରୁ କୃଷିଭିତ୍ତିକ ସାମଗ୍ରୀର ବିଭିନ୍ନ ଷ୍ଟଲ୍ ଖୋଲା ଯାଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.