pakka

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ୍‌ କଁସିଲ ଗାଁରେ କୋଶଲୀ ସାହିତ୍ୟ କୁଟୁମ୍ବ ଢେକି ଶାଲ୍‌ ତରଫରୁ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ କୋଶଲୀ ସ୍ବାଭିମାନ ଦିବସ, ପଣ୍ଡିତ ପ୍ରୟାଗଦତ୍ତ ଯୋଶୀ ଆମର ଗୌରବ ପ୍ଲା କାର୍ଡ ଧରି ଗାଁ ପରିକ୍ରମା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଢେକି ଶାଲର ସଭାପତି ଅନନ୍ତ ବାଗ, ସମ୍ପାଦକ କେକି ସିଂ ଭୋଇ, କୋଷାଧ୍ୟକ୍ଷ ଗୀତବାସ ପୁଟେଲ ଉପସ୍ଥିତ ରହି କୋଶଲୀ ଭାଷାରେ ଶିକ୍ଷା ଦିଆଯାଉ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ । ଏଥିରେ କେତୁ ନାଗ, ଗଣେଶ ପୁଟେଲ, ଦୀପକ୍‌ ପୁଟେଲ, ଅର୍ଧେନ୍ଦୁ ଭୋଇ, ରସାନ୍ତୂ ପୁଟେଲ, କ୍ଷେତ୍ର ଭୋଇ, ତୃନେସ୍ ପୁଟେଲ, ଇସାନ୍ତ୍ ପଟେଲ, କୃପା ଭୋଇ, ୟଶ ପୁଟେଲ, ଦେବା ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

15 − eight =