oum

ଗୋଁଣ୍ଡି ଭାଷା ଦିବସ ପାଳିତ : କନ୍ଧମାଳ ଜିଲ୍ଲାରେ ଦୁଇ ଜଣ ଆଦିବାସୀଙ୍କୁ ହତ୍ୟାର ନିନ୍ଦା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଆନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ମହାନ ଗୋଁଣ୍ଡି ଭାଷାବିତ, ଗବେଷକ, ଲେଖକ ତଥା ସମାଜ ସଂସ୍କାରକ ଆଚାର୍ଯ୍ୟ ଡା.ମୋତିରାବଣ କଙ୍ଗାଲିଙ୍କ ୭୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲା ଦୁଲୁରା ଗ୍ରାମରେ ଛତିରାମ ଓ ରାୟତରା କଙ୍ଗାଲିଙ୍କ ସୁପୁତ୍ର ଥିଲେ । ସେ ସର୍ବ ପ୍ରାଚୀନ ଗୋଁଣ୍ଡି ଭାଷାକୁ ପୁନଃଉଦ୍ଧାର କରି ବହୁ ପୁସ୍ତକ ରଚନା କରିଛନ୍ତି । ଗୋଁଣ୍ଡି ଭାଷା ବ୍ୟାକରଣ, ଗୋଁଣ୍ଡି ଭାଷା ଶବ୍ଦକୋଶ-୧ ଓ ୨, ଗୋଁଣ୍ଡି ଭାଷା ଶିକ୍ଷା, ପାରୀ କୁପାର ଲିଙ୍ଗୋ ଗୋଁଣ୍ଡି ପୁନେମ ଦର୍ଶନ ଆଦି ବହୁ ପୁସ୍ତକ ରଚନା କରି ଗୋଁଣ୍ଡି ଭାଷାକୁ ସମୃଦ୍ଧ କରିଛନ୍ତି । ଗୋଁଣ୍ଡି ଭାଷା ପ୍ରତି ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କ ଜନ୍ମ ଦିବସକୁ ସାରା ଭାରତରେ ଗୋଁଣ୍ଡି ଭାଷା ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଗୋଁଣ୍ଡି ଭାଷା ଦ୍ରାବିଡ଼ୀୟ ଭାଷାର ଜନନୀ ବୋଲି କୁହାଯାଇଛି । ଡା.ମୋତିରାବଣ କଙ୍ଗାଲିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉପସ୍ଥିତ ବକ୍ତାମାନେ ହରପ୍ପା ସଭ୍ୟାରେ ଲିଖିତ ଚିତ୍ର ଲିପିକୁ ଗୋଁଣ୍ଡି ଭାଷାରେ ସେ ପଢ଼ିଥିବା ପ୍ରକାଶ କରିଥିଲେ । ପ୍ରାୟ ଆଠ ହଜାର ବର୍ଷର ସର୍ବ ପୁରାତନ ଭାଷା ଅବହେଳିତ, ଯାହାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ୍‌ କରିବା ପାଇଁ ଦାବୀ ହେଉଛି ।

ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଭଣ୍ଡରଙ୍ଗି ପଞ୍ଚାୟତରେ ମାଓବାଦୀମାନଙ୍କ ଦ୍ୱାରା ବର୍ବର ଭାବରେ ଦୁଇ ଜଣ ଆଦିବାସୀ ଯୁବକଙ୍କୁ ହତ୍ୟା କରା ଯାଇଥିବାରୁ ନିନ୍ଦା କରାଯାଇଥିଲା । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ମୁଖ୍ୟ ଅତିଥି ପ୍ରଦୀପ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଦହିତ ଭୋଇ ଯୋଗ ଦେଇଥିବା ବେଳେ ପ୍ରଦେଶ ମହାସଚିବ(ଶିକ୍ଷା) ମୀନକେତନ ମାଝୀ ସଭା ପରିଚାଳନା କରିଥିଲେ । ପୌରାଂଚଳ ସଚିବ ନୃପ ଭୋଇ ଧନ୍ୟବାଦ ଦେଇଥିଲେ । ମନୋଜ ପୁଟା, ଆନନ୍ଦ ରାମ ଭୋଇ, ଦେବାଶିଷ ପୁଟା, ଘନଶ୍ୟାମ ପୁଝାରୀ, ପ୍ରମୋଦ ମଲ୍ଲିକ, କୃଷ୍ଣ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.