csstore

ଆଜି ନୃସିଂହନାଥ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ବରଗଡ଼ : ରାଜ୍ୟ ସରକାରଙ୍କ ଫୋକସରେ ଧାର୍ମିକ ଓ ପର୍ୟ୍ୟଟନ ସ୍ଥଳୀର ବିକାଶ । ଆଜି ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସ୍ଥାନ ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଗଙ୍ଗା ନୃସିଂହନାଥ ମନ୍ଦିର ପୀଠ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ । ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କାର୍ୟ୍ୟକ୍ରମ ରହିଛି । ମୁଖ୍ୟ ଶାସନ ସଚିବଙ୍କ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷା ଅସିତ ତ୍ରିପାଛୀ, ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍, ଜଳ ସମ୍ପଦ ପ୍ରିନ୍ସିପାଲ ସେକ୍ରେଟେରୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବା ଆର୍. ଭିନିଲ କ୍ରିଷ୍ଣା ପ୍ରମୁଖ ଆସିବା କାର୍ୟ୍ୟକ୍ରମ ରହିଛି । ସକାଳ ୧୦ଟାରେ ପଦ୍ମପୁର ସତିଭଟା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ରୋଡ୍ ଯୋଗେ ପାଇକମାଲ ନୃସିଂହନାଥ ମନ୍ଦିରକୁ ଯିବେ ।

jayashree
Leave A Reply

Your email address will not be published.