csstore

ପୁଣି ଦାଦନ ଦୁଃଖ : ଦାଦନ ଶ୍ରମିକ ହୋଇ ଗଲେ, ଶବ ହୋଇ ଫେରିଲେ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : କେତେ ଆଶା ଭରସା କରି ଦି’ ପଇସା ରୋଜଗାର ଆଶାରେ ସୁଦୂର ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଲାଠୋର ତଳିପଡାର କାର୍ତ୍ତିକ ପୁଟେଲ(୪୫) । ପଛରେ ଛାଡି ଯାଇଛନ୍ତି ସ୍ତ୍ରୀ କଳାବତୀ ଏବଂ ପାଞ୍ଚୋଟି ଛୋଟ ଛୋଟ ଝିଅଙ୍କୁ ।

ଆଜି ୧୦ଟା ବେଳକୁ ତାଙ୍କ ମୃତ ଶରୀରକୁ ଆଣି ଏକ ଆମ୍ବୁଲାନ୍ସ ଲାଠୋର କଲେଜ ଛକରେ ପହଞ୍ଚିବା ପରେ ସେଠାରେ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ଚତୁର୍ପାଶ୍ୱ ଫାଟି ପଡୁଥିଲା । ଲାଠୋର କଲେଜ ଛକରେ ଏଲ୍‌ଡ଼ିଏ ପକ୍ଷରୁ ଲବ ସୁନାଙ୍କ ନେତୃତ୍ୱରେ ରାସ୍ତା ରୋକ କରାଯାଇଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ଛୁଆମାନଙ୍କୁ ପାଠ ପଢା ପାଇଁ ସରକାର ବନ୍ଦୋବସ୍ତ କରନ୍ତୁ, କଳାବତୀଙ୍କୁ ଅତି ଶୀଘ୍ର ଭତ୍ତା ପ୍ରଦାନ କରାଯାଉ, ଦାଦନ ସର୍ଦ୍ଦାର ଏବଂ ଇଟାଭାଟି ମାଲିକଙ୍କୁ ତୁରନ୍ତ ଗିରଫ କରାଯିବା ସହ ଲାଠୋରରେ ଏକ ଲେବର୍ ଅଫିସ ଖୋଲିବାକୁ ଦାବୀ କରିଛନ୍ତି । ଏଠାରେ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ, ଲାଠୋର ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ପୋଲିସ ଟିମ୍ ସହ ଉପସ୍ଥିତ ରହିଛନ୍ତି ।

jayashree
Leave A Reply

Your email address will not be published.