ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହୀମୁଣ୍ଡାଠାରେ ମହାସମାରୋହରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଲିଲି ପଟେଲ ଯିଏ କି ମାତୃଭାଷା ଦିବସ ପାଳନର ମହତ୍ୱକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପଞ୍ଚାନନ ତ୍ରିପାଠୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ସଭାପତି ରାମଚନ୍ଦ୍ର ବିଶ୍ୱାଳ ଓ ସମ୍ପାଦକ ଗଗନ ବିହାରୀ ପ୍ରଧାନ ମଞ୍ଚାସୀନ ଥିଲେ । ରିତାଞ୍ଜଳି ପ୍ରଧାନ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସୁନ୍ଦର ହସ୍ତାକ୍ଷର, ଗୀତ, ମହାପୁରୁଷଙ୍କ ଫଟୋଚିତ୍ର ପ୍ରଦର୍ଶନ, ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

three × 2 =