om academy

ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନମୁ ଖୁଟୁଲିଙ୍କ ପରିବାର ଲୋକେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଅଏଁଲାସାରି ଗ୍ରାମରୁ ଲକ୍ଷ୍ମୀ ଖୁଟୁଲି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ସ୍ୱାମୀ ଜନମୁ ଖୁଟୁଲିଙ୍କୁ ଶୋଇଥିବା ଅବସ୍ଥାରେ ଆକ୍ରମଣ କରି ହତ୍ୟା କରିବାର ଦୁଇ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ । ପ୍ରକାଶ ଯେ, ଗତ ୪ ତାରିଖରେ ଉକ୍ତ ଗ୍ରାମର ବିଭୂତି ଷାଣ୍ଢ ଜନମୁ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡରେ ଆଘାତ କରିଥିଲା । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜନମୁଙ୍କର ପରିବାର ଲୋକେ ପୁଇଁନ୍ତଲା ଥାନାରେ ମାମଲା ରୁଜୁ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଅପରାଧୀମାନେ ଧରାପଡ଼ି ନାହାନ୍ତି । ତେବେ ପୁଲିସର ତଦନ୍ତରେ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରି ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ସେମାନେ ଦାବୀ କରିଥିଲେ ।

Leave A Reply

Your email address will not be published.