pakka

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

bbehera

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତକାଲି ବିଶ୍ଵ ଏଡ୍‌ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ଉପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ସଭା ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପରେ ୫୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭଇଁଷା ଗ୍ରାମରେ ଏକ ବିଶାଳ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଡାକ୍ତରଖାନାର କର୍ମଚାରୀ ତଥା ଘଷିଏନ ପିଏସ୍‌ସି ଏଡସ୍ ସେଲ୍‌ର କର୍ମକର୍ତ୍ତା ଯୋଗ ଦେଇ ଏଡସ୍‌ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ରେଡକ୍ରସ୍, ରାଷ୍ଟ୍ରୀୟ ସେବା ଯୋଜନା ଓ ଭାରତ ସ୍କାଉଡ୍‌ର ନିର୍ବାହକ ଜିତେନ୍ଦ୍ର ଦାଶ, ଜଗବନ୍ଧୁ ଧରୁଆ, ଗୁଣସାଗର ଠାକୁର ବିଶେଷ ଭୂମିକା ତୁଳାଇଥିବା ବେଳେ ଅନୁଷ୍ଠାନର ସନ୍ତୋଷ କୁମାର ରାଉତ, ଅବିନାଶ ବାଗ, ବିଜୟ କୁମାର ବାଗ ତଥା ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ମନୋଜ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen − 8 =