csstore

ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାରତର ପ୍ରଥମ ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୦ତମ ଜନ୍ମ ଜୟନ୍ତୀ ବରଗଡ଼ ସଦର ତୋରା ଠାରେ ପାଳିତ ହୋଇଯାଇଛି । ନାରୀ ଶିକ୍ଷା, ସାମାଜିକ କୁସଂସ୍କାର ଭଳି କ୍ରାନ୍ତିକାରୀ କାର୍ୟ୍ୟ କରିଥିବାରୁ ତାଙ୍କୁ ମନେ ପକେଇବା ପାଇଁ ନାରୀ ଚେତନା କାର୍ୟ୍ୟକ୍ରମ କରଯାଇଛି । ଏହି ଅବସରରେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ କରୋନା ସମୟରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ସମାନ୍ନିତ କରିଯାଇଥିଲା । ସାବିତ୍ରୀ ବାଇ ଫୁଲେ ସଂଘର୍ଷ ବହିନୀ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଗୌତମ ବୁଦ୍ଧ, ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦିଆ ଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ନିହାର ମହାନନ୍ଦ, ମୁଖ୍ୟ ବକ୍ତା ଶ୍ରୀପତି କୁମ୍ଭାର, ଅନ୍ୟ ଅତିଥି ମଧ୍ୟରେ ମୁରଲୀ ଜାଲ, ଆଶିଷ ବେହେରା, ଅନ୍ତ କୁମ୍ଭାର, ସଂଜୀବ ସୁନା, ଗୁରପ୍ରୀତ ସିଂ, ଅଲିମ ରିଜ଼ବୀ, ପଦ୍ମାଲୟା ଦୀପ, ପ୍ରଫୁଲ୍ଲ ଭୋଇ, ରମେଶ ମହାପାତ୍ର, ଚନ୍ଦ୍ର କୁମ୍ଭାର, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ ଚନ୍ଦ୍ର ପ୍ରଧାନ, ଭବାନୀ ସାହୁ, ଆଡ଼ଭୋକେଟ ରମେଶ ପତି , ଗୁରୁଚରଣ ହରପାଲ, ଟିକେଶ୍ୱରୀ ଛତର, ଶକୁନ୍ତଳା ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.