csstore

ସର୍ବଜନୀନ ସ୍ବାସ୍ଥ୍ୟ ସେବା ସଚେତନତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସର୍ବଜନୀନ ସ୍ବାସ୍ଥ୍ୟ ସେବା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ସେବା କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସ୍ବାସ୍ଥ୍ୟ ସଚେତନତା ରାଲିର ଆୟୋଜନ କରାଯାଇ ଲଖନପୁର ପରିକ୍ରମା କରିବା ସହ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ସଂପର୍କରେ ସବିଶେଷ ସୂଚନା ଓ ସଚେତନତା କରାଯାଇଥିଲା । ଏଥିରେ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନମିତା ମିଶ୍ର, ପାରା ମେଡିକାଲ ଷ୍ଟାଫ ରୋହିତ ସାହୁ, ନନ୍ଦିନୀ ସୁନା, ରିଙ୍କି ବେହେରା, ବୁଲୁ ଥାପା ତଥା ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦିବସ ଅବସରରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ସେବାକୁ ସାର୍ବଜନୀନ କରାଇବା ଔଷଧ,ଟୀକା,ସେବା ଯତ୍ନ କୁ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଏହାର ମୂଳ ଲକ୍ଷ ଅଟେ। ସେହିପରି ୨୦୩୦ ମସିହା ସୁଦ୍ଧା ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ ସେଥିପାଇଁ ଜନ ସଚେତନତା ଜାଗରଣରେ ଏହି ଦିବସ ପାଳନ କରାଯାଉଛି।

jayashree
Leave A Reply

Your email address will not be published.