pakka

ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ଦିବସ ପାଳିତ

ବାଙ୍କୀ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ପରିଚାଳିତ ହେଉଥିବା ଆଦର୍ଶ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡମପଡ଼ା ବ୍ଲକ ଅଧିନ ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଆଶୁତୋଷ ସାମଲଙ୍କ ପରିଚାଳନାରେ ବନ ମହୋତ୍ସବ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ସାହୁ, ସରପଞ୍ଚ ଜ୍ୟୋସ୍ନାମୟୀ ଦାସ, ପୂର୍ବତନ ସରପଞ୍ଚ ପ୍ରମୋଦ ସାହୁ, ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷୀକା ଡାକ୍ତର ପୁଷ୍ପଲତା ମହାପାତ୍ର, ସମାଜସେବୀ ପ୍ରକାଶ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପରିସରରେ ବୃକ୍ଷ ରୋପଣ କରିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ବରିଷ୍ଠ ଶିକ୍ଷକ ଦେବରାଜ ଦାସ, ଶେଷାଦ୍ରୀ ରାଉତରାୟ, ସୌମ୍ୟରଞ୍ଜନ ଯୋଶୀ, ସୁଶାନ୍ତ କୁମାର ରାଜଗନ୍ଧା, କୁମାରୀ ରଶ୍ମିତାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥିମାନେ ବିଦ୍ୟାର୍ଥିଙ୍କ ହାତରେ ଚାରାଟିଏ ଧରାଇଦେଇ ବୃକ୍ଷ ରୋପଣ ଓ ତାର ଯତ୍ନ ପ୍ରତି ଗୁରୁଦାୟିତ୍ୱ ବହନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

three − one =