p purohi

ହିନ୍ଦୀ ଦିବସ ସମାରୋହ ମହାସମାରୋହରେ ପାଳିତ

dr. purohit
  • ହିନ୍ଦୀ ସମ୍ପର୍କରେ ସେତୁ : ଡ. ଜେନା
  • ହିନ୍ଦୀ ଭାଷା ଆମ ସଂସ୍କୃତିର ପରିଚୟ : ସୁଶ୍ରୀ ତିର୍କି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ପକ୍ଷରୁ ହିନ୍ଦୀ ଦିବସ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ବିନ୍ଧାଣୀଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଡ ଜଗନ୍ନାଥ ଦାଶଙ୍କ ଆବାହକତ୍ୱ ତଥା ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶିକା ଡ. ନିବେଦିତା ଜେନା ମୁଖ୍ୟ ଅତିଥି, ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହିନ୍ଦୀ ଅଧ୍ୟପିକା ସୁଶ୍ରୀ ପିଙ୍କି ଏକ୍କା ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଂରକ୍ଷଣ ନ୍ୟାସୀ ସୁନିଲ କାୟଲ, ସଂରକ୍ଷଣ ନ୍ୟାସୀ କମଲ ଅଗ୍ରୱାଲ, ଉପାଧ୍ୟକ୍ଷ ତଥା ଟ୍ରଷ୍ଟି ପ୍ରଭାତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଡ. ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ, ହିନ୍ଦୀ ଭାଷା ହେଉଛି ସମ୍ପର୍କର ସେତୁ । ପୃଥିବୀର ୬୦ କୋଟିରୁ ଉର୍ଦ୍ଧ୍ବ ଲୋକ ହିନ୍ଦୀ ଭାଷା ବ୍ୟବହାର କରୁଥିବାବେଳେ ଏହାର ମିଠାପଣ ଯୋଗୁଁ ସମଗ୍ର ବିଶ୍ଵରେ ତୃତୀୟ ସ୍ଥାନରେ ଅଛି । ସାରା ଭାରତରେ ବିନ୍ଦି ହେଉଛି ହିନ୍ଦୀ ଭାଷା । ମୁଖ୍ୟବକ୍ତା ସୁଶ୍ରୀ ଏକ୍କା ତାଙ୍କ ବକ୍ତବ୍ୟରେ କହିଲେ ଯେ, ହିନ୍ଦୀ ଭାଷା ଆମ ସଂସ୍କୃତିର ପରିଚୟ । ହିନ୍ଦୀ ଇଂରାଜୀ ଭାଷା ଠାରୁ ଅଧିକ ଗରୀଆନ । ଏହି ଭାଷା ଅନ୍ୟମାନଙ୍କ ସହ ଯୋଡି ପାରୁଥିବାରୁ ଏହାର ଗୁରୁତ୍ଵ ରହିଛି । ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ବିନ୍ଧାଣି ସ୍ୱାଗତ ଅଭିଭାଷଣ ସହ ୧୯୪୯ରୁ ହିନ୍ଦୀ ଦିବସ ପାଳନ ସହ ୧୯୫୩ ମସିହାରୁ ପାଳିତ ହୋଇଆସୁଥିବା ହିନ୍ଦୀ ଦିବସର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ସାଧାରଣ ସମ୍ପାଦକ ଡ. ମିଶ୍ର ତାଙ୍କ ବକ୍ତବ୍ୟରେ ଯେ କହିଲେ ଯେ, ଏହି ଭାଷା ମାଧ୍ୟମରେ ଭାଷା ବିନିମୟ ଓ ହୃଦୟର କଥା କହିପାରୁଛୁ । ହିନ୍ଦୀ ଭାଷା ପାଇଁ ଆମେ ରୋଜଗାରକ୍ଷମ ହୋଇପାରୁଛେ । ତେବେ ଇଂରାଜୀ ଭାଷା ହିନ୍ଦୀ ଭାଷା ଉପରେ ଭାରି ପଡୁଥିବାରୁ ଏହାକୁ ବଞ୍ଚାଇ ରଖିବା ପାଇଁ ସେ ଆହ୍ୱାନ ଦେଇଥିଲେ । ନ୍ୟାସି ଶ୍ରୀ କାୟଲ ଓ ଶ୍ରୀ ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ କହିଲେ ଯେ, ହିନ୍ଦୀ କହିବା, ସଂସ୍କାର, ସଂସ୍କୃତି, ସଭ୍ୟତା ସମ୍ପର୍କରେ ଜାଣିବା ତଥା ନିରନ୍ତର ପ୍ରୟାସ ଓ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସହରର କିଛି ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସହରର ବିଭିନ୍ନ ବିଦ୍ୟାଳୟର ଅକ୍ଷିତା ସିଂ ଯାଦବ, ଉମାରାଣୀ ଦୀପ, ଦେବସ୍ମିତା ପରିଡ଼ା, ରଶ୍ମି ମାହାତୋ, ଲିପ୍ସା ସାଗର, ଅର୍ପିତା ଦତ୍ତ, ପ୍ରାଞ୍ଜଳ ପ୍ରିୟଦର୍ଶିନୀ ବେହେରା, ଅନୁଷ୍କା ମିଶ୍ର, ରାଧିକା ଦାସ, ଅଭିଳାଷା ପ୍ରଧାନ, ଅକ୍ଷତ ସିଂ, ରାଧା କୁମାରୀ ଯାଦବ, ଆଲିଆ ସାହୁ, ପ୍ରତିଜ୍ଞା ପାତ୍ର, ଦିବ୍ୟାମଣୀ ନାୟକ ପ୍ରମୁଖଙ୍କ ସହ କେଶବାନନ୍ଦ ସ୍ୱାଇଁ ଓ ମାଳନୀ ପୋଥାଳଙ୍କୁ ସାଇରାମ ଟ୍ୟୁଟୋରିଆଲ ତରଫରୁ ସମ୍ମାନିତ କରାଯାଇଥିଲା । ସେହିପରି ରୋମା କୁମାରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଶେଷରେ ଟ୍ରଷ୍ଟି ବିନିତା ବିନ୍ଧାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍ପାତ ଦୀପିକା ଶିକ୍ଷା ସଦନ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବହୁ ହିନ୍ଦୀ ଭାଷା ପ୍ରେମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନିତା ଅଗ୍ରୱାଲ, ସୁସ୍ମିତା ପାଲ, ମିନ୍ନି ରାୟ, ରଶ୍ମି ଦାସ, ମଙ୍ଗଳ ସିଂହ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.