
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବାବା କଲ୍ୟାଣ ଦାସଙ୍କ ଟିଟିଲାଗଡ ଶାଖାର ଶିଷ୍ୟଙ୍କ ଦ୍ୱାରା ସ୍ୱାଧୀନପଡା ସ୍ଥିତ ସମାଜ କଲ୍ୟାଣ ପରିଷଦ ଠାରେ ଗୁରୁ ପୂର୍ଣ୍ଣିମା ଅତି ଆନନ୍ଦରେ ପାଳିତ ହୋଇଯାଇଛି । ଅମରକଣ୍ଟକ ସ୍ଥିତ ପରମପୂଜ୍ୟ ପରମ ତପସ୍ୱୀ ଶ୍ରୀ ଶ୍ରୀ କଲ୍ୟାଣ ଦାଶ ବାବାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ଗୁରୁ ଭଜନ ପାଠ କରାଯାଇଥିଲା । ନିବେଦିତା ସରାଫ ଓ ଅରୁଣ ସାହୁ ଅତି ସୁନ୍ଦର ଗୁରୁ ବନ୍ଦନା ଗାନ କରିଥିଲେ । ପୂଜାର୍ଚ୍ଚନା କରିବା ପରେ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା । ଏହି ଅବସରରେ ସହର ତଥା ଆଖପାଖ ଅଞ୍ଚଳର ବହୁ କଲ୍ୟାଣ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଟିଟିଲାଗଡ କଲ୍ୟାଣ ପରିବାରର ପ୍ରମୋଦ ସରାଫ, ପ୍ରଦୀପ ସାହୁ, ଅରୁଣ ସାହୁ, ପ୍ରକାଶ ସରାଫ, ଶୁରେନ୍ଦ୍ର ମାରୋଡ଼ିଆ, କାର୍ତ୍ତିକ ମେହେର, ଅକ୍ଷୟ ବେହେରା, ଗୋଲାପ ସୋନୀ, ସୁଧୀର ଘଡେଇ, ଅତୁଲ ସେଠ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।