
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଧବାର ଦିନ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ଗୁରୁଜୀ ବ୍ୟାସ ମେହେର । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁତୁର୍ଲା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ପରିଚାଳନା ସମିତି ସଦସ୍ୟ କିଶୋର ସାହୁ ଉପସ୍ଥିତ ଥିଲେ । ଏହି ଦିବସ ବିଷୟରେ ଗୁରୁଜୀ କୁନୁ ସାହୁ ଛାତ୍ର ଛାତ୍ରୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ।