jayashree

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ

  • “ଈଶ୍ୱରମ୍ମାଙ୍କ ଜୀବନ ଆଦର୍ଶ ମାନବ ସେବା, ସତ୍ୟ ଓ ପ୍ରେମର ପ୍ରତୀକ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରୁଗୁଡ଼ିପଡା ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ ହୋଇଯାଇଛି । ପ୍ରାତଃ ୫ଘଣ୍ଟା ସମୟରେ ବାଳବିକାଶ ଛାତ୍ରଛାତ୍ରୀମାନେ ନଗର ପରିକ୍ରମା କରିଥିଲେ । ଆବାହକ ଦେବରାଜ ମିଶ୍ର ପ୍ରଶାନ୍ତି ପତାକା ଉତ୍ତୋଳନ କରିଥିଲେ । ସନ୍ଧ୍ୟା ଅଧିବେଶନରେ ଦେବରାଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବେ ପୂର୍ବତନ ଆବାହକ ଦାମୋଦର ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀମତୀ ସାହୁ ଈଶ୍ୱରମ୍ମାଙ୍କ ଜୀବନ ଆଦର୍ଶ ଓ ସେବାଭାବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ସମାଜରେ ପ୍ରେମ, ଶାନ୍ତି ଓ ମାନବ ସେବାର ସନ୍ଦେଶ ପ୍ରଚାର କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଈଶ୍ୱରମ୍ମାଙ୍କ ଜୀବନ ଆଦର୍ଶ ମାନବ ସେବା, ସତ୍ୟ ଓ ପ୍ରେମର ପ୍ରତୀକ ବୋଲି କହିବା ସହ ସମାଜରେ ଶାନ୍ତି ଓ ସଦ୍ଭାବନା ସ୍ଥାପନ ପାଇଁ ପ୍ରତ୍ୟେକ ମଣିଷଙ୍କୁ ସେବାଭାବ ଓ ନିଷ୍ଠାର ସହ କାମ କରିବା ଆବଶ୍ୟକ ବୋଲି କହିଥିଲେ । ନିଜ ସଭାପତିତ୍ୱ ଅଭିଭାଷଣରେ ଆବାହକ ଶ୍ରୀ ମିଶ୍ର ଯୁବପିଢିଙ୍କୁ ନୈତିକ ମୂଲ୍ୟବୋଧ ଓ ସେବା ମନୋଭାବ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବା ସହ ଛାତ୍ର ପ୍ରିୟବର୍ଦ୍ଧନ ସାହୁ, ସାଇ ଶ୍ରୀରାମ ମିଶ୍ର ଓ ଶ୍ରୀୟାଂଶ ପଟ୍ଟନାୟକଙ୍କୁ ପ୍ରି-ସେବାଦଳ ସ୍କାର୍ଫ ଓ ବେଜ ପ୍ରଦାନ କରାଯାଇଥିଲା । ରାଜ୍ୟସ୍ତରୀୟ ବାଳବିକାଶ ଗ୍ରୁପ-୨ ଉତ୍ତୀର୍ଣ୍ଣ କରିଥିବାରୁ ଛାତ୍ରୀ ସାଇ ଅନ୍ୱିତା ଖମାରୀ, ଆରାଧ୍ୟା ମିଶ୍ର ଛାତ୍ର ରିଶଭ ରୋଶନ ମିଶ୍ର, ସୌରଭ ନନ୍ଦ, ପିୟୁଷ ରଞ୍ଜନ କର୍ମୀ, ସଂକଳ୍ପ ପଧାନ, ୟଶ ରାଜ ବିନ୍ଦ, ମନୋଜ କିଷାନ, ଶୁଭଙ୍କର ସାହୁଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଛାତ୍ର ବାସୁଦେବ ବାଗ, ଅମନ କିଷାନ, ଛାତ୍ରୀ ସାଇ ମେଘନୀ ବଂଶୀକା ସାହୁ, ଅଭିପ୍ସା ମିଶ୍ର ଓ ନନ୍ଦିତା ରାଉତଙ୍କୁ ସର୍ବ ଭାରତୀୟ ସ୍ତରୀୟ ୯ବର୍ଷର ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ଭାରତୀୟ ସଂସ୍କୃତିର ଶିକ୍ଷା ଆଧାରିତ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହା ସହ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ସ୍ୱାଧୀନ ନାଗ, ସାଇ ଶାଶ୍ୱତ ପଧାନ, ଜୀବେଶ୍ୱର ନେଗୀ, କ୍ଷିତୀଶ ସାହୁ, ବାସୁଦେବ ନାଗ, ମନୋଜ କିଷାନ, ସ୍ମୃତି ରଞ୍ଜନ କର୍ମୀ, ରୋହିତ ସାହୁ ଓ ଛାତ୍ରୀ ସାଇ ମେଘନୀ ବଂଶୀକା ସାହୁ, ନନ୍ଦିତା ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବାଳ ବିକାଶ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ “ପ୍ରାୟଶ୍ଚିତ” ମଞ୍ଚସ୍ଥ ହୋଇଥିଲା । ଛାତ୍ରୀ ଆରାଧ୍ୟା ମିଶ୍ର, ସଗୁନ ମିଶ୍ର, ପ୍ରାଚୀ ପରିମିତା ସାହୁ ଓ ସାଇ ଅନ୍ୱିତା ଖମାରୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ସଂଗଠନ ପକ୍ଷରୁ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.