jsm

ପଦ୍ମପୁର ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍,ଏନଏସଏସ, ଏନ୍‌ସିସି ଓ ଇକୋ କ୍ଲବ୍‌ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ତିନିଟା ବେଳକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରେଞ୍ଜ ଅଧିକାରୀ ରାଜକୃଷ୍ଣ ଭୋଇ, ଫରେଷ୍ଟର ସରୋଜ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ଦୋରା, ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସମାଜସେବୀ ନିରୋଜ ଦୋରା, ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ତାପିନି ପଣ୍ଡା, ଡ. ସଂଧ୍ୟାରାଣୀ କୁଆଁର, ଜୟକୁମାର ଭୁଏ, ଝୁନୁ ପରିଡ଼ା, ନିକିତା ଭୋଇ, ଦିଲ୍ଲୀପ କୁମାର ବହିଦାର, ପ୍ରଭାତ ମହାପାତ୍ର, ସଦାନନ ଭୋଇ, ବୁନି ସାହୁ, ସସ୍ମିତା ମେହେର, ଡ. ଭେଙ୍କଟେସ ମେହେର, ଡ.ବିରଞ୍ଚି ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

yuvodaya
Leave A Reply

Your email address will not be published.