oom

ବ୍ଳକସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

jsmm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଳିତ ହେଉଥିବା ବେଳେ ତୁରେକେଲା ବ୍ଳକର ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଳକସ୍ତରୀୟ ଉତ୍ସବ ପାଳିତ ହୋଇଟାଇଛି । ଏହି ଉତ୍ସବରେ ଅତିଥିଭାବରେ ପୁରୁନ୍ଦର ବାଗ, ବିଧାୟକ ପ୍ରତିନିଧି ଲୋକନାଥ ଥପା, ହିଆଲ ସରପଞ୍ଚ ରତ୍ନମଣି ବରାଳ, ସିଡିପିଓ ସୁପରଭାଇଜର ସୀମା ଦିଦି, ନବୀନ ଭୋଇ, ସମିତି ସଭ୍ୟ ନିରାନନ୍ଦ ଥପା, ବିଦ୍ୟାଳୟ କମିଟି ସଭାପତି ବୁଦ୍ଧେଶ୍ୱର ବନଛୋର, ସଞ୍ଜୟ ଖୁରା, ଅମରେନ୍ଦ୍ର ବାଗ ଅତିଥିଭାବରେ ଯୋଗଦେଇଥିଲେ । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ବକ୍ତାଭାବରେ ଯୋଗଦେଇ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉପରେ ପ୍ରାଞ୍ଜଳ ଭାବରେ ବୁଝେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌର ମେହେର ସ୍ୱାଗତ ଭାଷଣ ଓ ସିଆରସିସି ଗୁରୁ ପ୍ରସାଦ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖେଇବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ, ଚନ୍ଦନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ବିଦ୍ୟାଦାତା ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ନବାଗତ ଛାତ୍ରଛାତ୍ରୀମାନଙ୍କୁ ସିଲଟ, ଖଡି ମାଧ୍ୟମରେ ଖଡିଛୁଆଁ କରାଯାଇଥିଲା । ସରକାରଙ୍କ ତରଫରୁ ଆସିଥିବା କିଟ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଗଲା । ତାପର ପିଲାମାନେ ସୃଜନାତ୍ମକ, ସଂଖ୍ୟା ଜ୍ଞାନ, ଭାଷା ଜ୍ଞାନ ଷ୍ଟଲ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତା ପ୍ରଧାନ, ଶୁଭଶ୍ରୀ ପ୍ରଧାନ, ସଙ୍ଗୀତା ପଧାନ, ଆଦିତ୍ୟ କିଷାନ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଅଭିଭାବକ, ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.