pakka

ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳନ

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ଜନ ନାୟକ, ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ସ୍ଥାନୀୟ ବିଜୁ ଜନତା ଦଳର କର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନି ସାହୁ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରିବା ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଏହି ଅବସରରେ ବିଜୁବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ, ପୌରଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ତୁଳସୀ ରାମ ସାହୁ, ଶ୍ୟାମା ପ୍ରସାଦ ଗରିଆ, ଲାଲା ବର୍ମା, ପୁସୁ ଜୈନ୍, ଧ୍ରୁବ ଚରଣ ସାହୁ, ଟିକେଲାଲ୍ ସାହୁ ଏବଂ ବହୁ ଦଳୀୟ କର୍ମୀ ନେତାମାନେ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଗୀତା ବିଶି । ବିଜୁ ପଟ୍ଟନାୟକଙ୍କ ଅବଦାନ ଓଡ଼ିଶା ପାଇଁ ଅତୁଳନୀୟ ଅଟେ । ତାଙ୍କର ନାମରେ ନାମିତ ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଲୋକଙ୍କ ପାଇଁ ଦୀର୍ଘ ୨୫ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଶ୍ରୀମତୀ ଟୁକୁନି ସାହୁ ଆଗାମୀ ନିର୍ବାଚନରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ଉଚିତ ଜବାବ ଦେବେ ବୋଲି କହିଥିଲେ ଉପସ୍ଥିତ କର୍ମୀଙ୍କୁ ଏହି କାର୍ଯ୍ୟାକ୍ରମରେ ଉପସ୍ଥିତ ବିଜେଡ଼ି କର୍ମକର୍ତ୍ତାମାନେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେଡ଼ି ସର୍ବଦା ସମର୍ପିତ ରହିବାକୁ ଶପଥ ପାଠ ମଧ୍ୟ କରିଥିଲେ । ସଭା ସରିବା ପରେ ଶ୍ରୀମତୀ ସାହୁ ଥାନା ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

twenty + 8 =