ଟିଟିଲାଗଡରେ ଧୁମ୍‌ଧାମରେ ପାଳନ ହେଲା ରଥଯାତ୍ରା

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଅତି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପ୍ରଥମେ ସେବାୟତ ମାନଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରିବା ପରେ ରଥ ଉପରକୁ ପାଛୋଟି ନେଇଥିଲେ । ଛେରାପହଁରା ନୀତି ସରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଯୋଗ ଦେଇ ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ । ସେହିପରି ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୀବ ପାଢ଼ୀ, ଭବାନୀ ପ୍ରସାଦ ହୋତା, କମ୍ଭୁ ପାଣି ପାଢ଼ୀ, ପଙ୍କଜ ପାଢ଼ୀ, ସଞ୍ଜୟ ପାଢ଼ୀ, ଶମ୍ଭୁ ପାଢୀ, ଅଶୋକ ପାଢୀ, ରାଜେଶ ପ୍ରଧାନ, ପିଙ୍କୁ ପାଢୀ, ପ୍ରଶାନ୍ତ ପାଢ଼ୀ, ସନତ ପାଢୀ ଓ ଅନ୍ୟ ସେବାୟତଙ୍କ ଦ୍ଵାରା ନୀତି ନିୟମ ଅନୁସାରେ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଭକ୍ତଙ୍କ ସହ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଆନନ୍ଦରେ ଭକ୍ତଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ପୁରୀ ଖଜା ବଣ୍ଟନ କରାଯାଇଥିବା ବେଳେ କ୍ଲବ ସଦସ୍ୟଙ୍କ ସହ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ନିଜ ନାତୁଣୀଙ୍କୁ ଧରି ଏହି ସେବା କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିପରି, ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ଦର୍ଜୀ ପରିବାର ପକ୍ଷରୁ ସୁଖା ଖାଦ୍ୟ ପୁଡିଆ ବଣ୍ଟନ, ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଗଜା ଏବଂ ଅନ୍ୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଭକ୍ତଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯାଇଥିଲା । ବ୍ୟାଙ୍କ ଛକ ଠାରେ ରଥ ରହିବା ପରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା ଓ ପ୍ରଭୁ ବର୍ଷାକୁ ଖାତିର ନ କରି ଭକ୍ତ ଏବଂ ଭଗବାନଙ୍କ ମେଳ ହୋଇଥିଲା । ବ୍ୟାଙ୍କ ଛକ ଠାରେ ରଥ ରହିବା ପରେ ଏକ ଭଜନ ସଂଧ୍ୟା ଆୟୋଜନ ହୋଇଥିଲା ।

Leave A Reply

Your email address will not be published.