jayashree

ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାଗମରେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାଗମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନୂଆ ରଥ ଦେବା ସହ, ମୁଖ୍ୟ ଅତିଥି ହିସାବରେ ଯୋଗ ଦେଇଥିଲେ । ଏଥିରେ ପୂର୍ବତନ ସରପଂଚ ଅର୍ଜୁନ ଯାଦବ, ମଣ୍ଡଳ ସଭାପତି ନରେନ୍ଦ୍ର ରଣା ବଙ୍ଗୋମୁଣ୍ଡା ବ୍ଲକ୍ ବିଧାୟକ ପ୍ରତିନିଧି ଯୌବନ ବାଗ, କମିଟିର ସମ୍ପାଦକ ମଦନ ରଣା, ସଭାପତି ପରୀକ୍ଷିତ ରଣା, କୋଷାଧ୍ୟକ୍ଷ ରୁଦ୍ର କିଶୋର ସାହୁ, ଉପ ସଭାପତି ଥୟକର ରଣା, କ୍ଷୀରସାଗର ରଣା, ନାଥ ନାଗ, ପ୍ରକାଶ ଚନ୍ଦ୍ର ରଣା, ଶଙ୍କର ଭୋଇ, ପିଙ୍କୁ ଜୈନ, ଆନନ୍ଦ ନାୟକ, ଅଙ୍ଗଦ ମାଝୀ, ଖିରସିନ୍ଧୁ ଭୋଇ ଏବଂ ଜଗନ୍ନାଥ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ । ଆଲଣ୍ଡା ଗ୍ରାମ ପଞ୍ଚାୟତର ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ସହଯୋଗରେ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ରଥ ନିର୍ମାଣ କରିଥିବା କାରିଗରମାନଙ୍କୁ ସମ୍ମାନିତ କରିଥିଲେ । ମନ୍ଦିର ପୂଜକ ଗିରିଶ ଚନ୍ଦ୍ର ଦାସ ଓ ଓମ୍ ପ୍ରକାଶ ତ୍ରିପାଠୀ, ମହାରାଜ ବେଶରେ ଯୁବରାଜ ମାଝୀ ଓ ତାଙ୍କର ଧର୍ମ ପତ୍ନୀ ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ । ଯାତ୍ରା ଦେଖିବାକୁ ପାଖଆଖର ଅନେକ ଭକ୍ତ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

Leave A Reply

Your email address will not be published.