mahavir

ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପିଡବ୍ଲୁଡି ଛକ ନିକଟରେ ନଗର ବିଜେପି ପକ୍ଷରୁ ଆତାସବାଜି ଫୁଟାଇ ସ୍ୱାଗତ କରିବା ସହ ଅଞ୍ଚଳ ବାସୀଙ୍କୁ ଝାଲ ମୁଢି ଓ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ବରିଷ୍ଠ ସଦସ୍ୟ ପଦ୍ମ ଚରଣ ଦାସ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ, ରଞ୍ଜିତ କୁମାର ଚୌଧୁରୀ, ମହିଳା ସଭାନେତ୍ରୀ ସୁଷମା ସାହୁ, ଶୁଭାଶିଷ ମିଶ୍ର ପ୍ରମୁଖ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.