ପାଇଖାନା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ : ବ୍ଲକ କାର୍ଯ୍ୟାଲୟ ସମ୍ମୁଖରେ ଧାରଣା ଦେଲା କୋସଲ କମିଟି

ବେଲପଡ଼ା, (ସିପୁନ ଖମାରୀ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଏକ ବହୁ ଅନୁନ୍ନତ ବ୍ଲକ ଭାବେ ବେଶ ଜଣାଶୁଣା । କିନ୍ତୁ ଏବେ ବେଲପଡ଼ା ବ୍ଲକ ସାଜିଛି ଦୁର୍ନୀତିର ଗନ୍ତାଘର । ଦାଦନ ପାଇଁ ସବୁବେଲେ ଚର୍ଚାରେ ରହୁଥିବା ବେଲପଡ଼ା ବ୍ଲକ ଏବେ ଦୁର୍ନୀତି ପାଇଁ ବେଶ ଚର୍ଚାରେ ରହିଛି । ସ୍ୱଚ୍ଛ ଭାରତ ମିଶନ ଜରିଆରେ ବେଲପଡ଼ା ବ୍ଲକରେ ନିର୍ମିତ ହୋଇଛି ୩୪ ହଜାର ୩୯୮ ଟି ପାଇଖାନା । କିନ୍ତୁ ଠିକାଦାର ସହିତ ସଲା ସୁତୁରା କରି ସାଧାରଣ ହିତାଧିକାରୀକୁ ନିଜେ ନିର୍ମାଣ କରିବାରୁ ବାରଣ କରାଗଲା ଏବଂ ସବୁତକ ପାଇଖାନା ନିର୍ମାଣରେ ଲାଗିଗଲେ ଠିକାଦାର । ଗୋଟେ ପାଇଖାନାକୁ ୧୨୦୦୦ ଟଙ୍କା ଲେଖାଁ ଉଠିଲା ବିଲ୍‌ । ସେପଟେ ଜଣଙ୍କ ନାଁରେ ପାଇଖାନା ଆସିଛି ତା ପାଖରେ ପାଇଖାନା ନିର୍ମାଣ ହେଇନାହିଁ । ବିନା ପାଇଖାନାରେ ମଧ୍ୟ ବିଲ୍ ଉଠିଛି । ପ୍ରାୟ ୯୦% ପାଇଖାନା ନିମ୍ନ ମାନର କାମ ଯୋଗୁଁ ଏବେ ଅଚଳ ହୋଇ ପଡ଼ିଛି ଏବଂ ଏହି ଯେଜନାରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ବାରମ୍ୱାର ବିଭିନ୍ନ ଗଣମାଧ୍ୟମ ଏହା ବିରୋଧରେ ସ୍ୱର ଉତ୍ତୋଲନ କଲେ ସୁଦ୍ଧା କୌଣସି ପ୍ରକାର ତଦନ୍ତ ହେଉନାହିଁ । ଏଣୁ ଆଜି ବାଧ୍ୟ ହେଇ କୋସଲ କମିଟି ଆନ୍ଦୋଲନକୁ ଓହ୍ଲାଇଥିଲା ଏବଂ ପାଇଖାନା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ କରିଥିଲା ।

ସଭାପତି ଜନାର୍ଦନ ସିଂଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିବା ବେଳେ ସଭାନେତ୍ରୀ ଚନ୍ଦ୍ରକାନ୍ତି ସେଠଙ୍କ ସହ ବନମାଳି ନାଏକ, ଗୁଣନିଧି ବର୍ଗେ, ଜିତୁ ନାଏକ, ସନ୍ୟାସୀ ନାଏକ, ନିରୁପମା ଧରୁଆ, ଲଲିତ ମୋହନ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.