ପ୍ରଥମେ ଦାବୀ ପୂରଣ, ତାପରେ କାମ ଆରମ୍ଭ କର : ଲୋୟର ସୁକତେଲ ବିସ୍ଥାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦ ରହିଛି । ୧୧ ଦଫା ଦାବୀ ନେଇ ପ୍ରକଳ୍ପ କାମକୁ ବନ୍ଦ ରଖିଛନ୍ତି ବିସ୍ଥାପିତମାନେ । ସୂଚନାଯୋଗ୍ୟ ଯେ, ଗତ ମାସରେ ରାଜ୍ୟ ସରକାରଙ୍କ ଏକ ହାଇଲେଭେଲ ଟିମ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ସଂଗଠନ ଏବଂ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ । ଆଜି ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ଏବଂ ଜମି ଅଧିଗ୍ରହଣ, ଥଇଥାନ ନିର୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଓ ଅନ୍ୟ ଟେକନିକାଲ ଟିମ ସହିତ ପ୍ରକଳ୍ପ ଅଂଚଳକୁ ଯାଇଥିଲେ । ଆଜି କାମ ଆରମ୍ଭ କରିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ପ୍ରବଳ ବିରୋଧ କରିଥିଲେ ବିସ୍ଥାପିତ । ପ୍ରଥମେ ଦାବୀ ପୂରଣ କର ତାପରେ କାମ ଆରମ୍ଭ କରନ୍ତୁ ବୋଲି କହିଥିଲେ ବିସ୍ଥାପିତ । ଜୋରଦାର ନାରାବାଜୀ ଏବଂ ସ୍ଲୋଗାନ ଦେଇ ବିରୋଧ କରିବାରୁ ହାଇଲେଭେଲ ଟିମ ପ୍ରକଳ୍ପ ଅଂଚଳରୁ ଫେରି ଆସିଥିବା ସୂଚନା ରହିଛି । ସେପଟେ ଜିଲ୍ଲାପାଳ ବିସ୍ଥାପିତଙ୍କ ସହିତ ଆଲୋଚନା ଜାରି ରହିଥିବା ପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.