ଦାସକାଠିଆ ଗାୟକ ପୁଣି ଫେରିବେ କଳା ଦୁନିଆଁକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ବାନ୍ଦୁପାଲି ଗ୍ରାମର ବିଶିଷ୍ଟ କଳାକାର ବଳରାମ ପଣ୍ଡା ପୁଣି ଫେରିବି କଳା ଦୁନିଆଁକୁ । ସାରା ପଶ୍ଚିମ ଓଡିଶାରେ ଦାସକାଠିଆ ମାଧ୍ୟମରେ ପରିଚିତ ବଳରାମ ପଣ୍ଡା ୫ ବର୍ଷ ହେବ କଳା ଦୁନିଆଁରୁ ବିଦାୟ ନେଇଥିଲେ । ସେ ୨୫ ବର୍ଷ ବୟସରୁ କଳା ଜୀବନ ଆରମ୍ଭ କରିଥିଲେ । ଆଧୁନିକ ଯୁଗ ଆସିଲା ପରେ ଦାସକାଠିଆକୁ ଲୋକେ କମ୍ ପସନ୍ଦ କରିଥିବାରୁ କଳା ଦୁନିଆଁରୁ ବିଦାୟ ନେଇଥିଲେ । ଯୁବ ତାରକା ସାଂସ୍କୃତିକ କଳା ପରିଷଦର ସଂପାଦକ ସୁରେନ୍ଦ୍ର ମେହେରଙ୍କର ସଂସ୍ପର୍ଷରେ ଆସିଥିଲେ ବଳରାମ ପଣ୍ଡା କଳା ସଂସ୍କୃତିକକୁ ବଚେଂଇବା ପାଇଁ । ସୁରେନ୍ଦ୍ର ମେହେର ଅନୁରୋଧ କରିଥିବାରୁ ପୁଣି ଫେରିବେ କଳା ଦୁନିଆକୁ ବଳରାମ । ଏହା ଖବର ପାଇବା ପରେ ଗ୍ରାମବାସୀ ବହୁତ ଖୁସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.