csstore

ପଦ୍ମପୁର ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବ ପ୍ରତିଯୋଗିତା ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଯୁକ୍ତ ଦୁଇ ଏବଂ ତିନି ଛାତ୍ରଛାତ୍ରୀ ଦୌଡ଼, ସର୍ଟ ଫୁଟ୍, ଡିସ୍କସ ଥ୍ରୋ, ଜେବଲିନ ଥ୍ରୋ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଶତାଧିକ ଛାତ୍ର ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ସମାରୋହର ଆରମ୍ଭରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଏହା ପରେ ପ୍ରାଧ୍ୟାପକ ଡ଼ଃ ବିରଞ୍ଚି ସାହୁ ଅତିଥି ପରିଚୟ ଦେଇଥିଲେ । ଏହି ସମାରୋହରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୋଇ ଏବଂ ଅବସର ପ୍ରାପ୍ତ ଖେଳ ଶିକ୍ଷକ ସଚ୍ଚିଦାନନ୍ଦ ବହିଦାର୍ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ । ଏହା ପରେ କ୍ରୀଡା ପ୍ରତିଯୋଗିତାର ନୋଡାଲ ଅଫିସର ନବକୃଷ୍ଣ ମିଶ୍ର, ଉପସଭାପତି ସଦାନନ୍ଦ ଭୋଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ଉତ୍ସାହିତ କରିଥିଲେ । ସଭା ଶେଷରେ ଡ଼ଃ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାରେ ଚନ୍ଦ୍ରମଣି ସାହୁ, ଜଗନ୍ନାଥ ସାହୁ, ହରେକୃଷ୍ଣ ବେହେରା, କ୍ଷୀରୋନ୍ଦ୍ର ଦାସ, ଅଶୋକ ସାହୁ ଏବଂ ରାମକୃଷ୍ଣ ବାରିକ ଇତ୍ୟାଦି ଖେଳ ଶିକ୍ଷକ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ପ୍ରମୋଦ କୁମାର ତ୍ରିପାଠି, ସନ୍ତୋଷ କୁମାର ମିଶ୍ର, ପ୍ରଭାତ ମହାପାତ୍ର, ଶ୍ରୀମତୀ ଶର୍ମିଳା ପଣ୍ଡା, ଶ୍ରୀମତୀ ବୁନୀ ସାହୁ, ଜୟ କୁମାର ଭୁଏ, ସଞ୍ଜୟ ଟିଗା, ଦେବାଶିଷ ସାହୁ, ଓମପ୍ରକାଶ ସତନାମୀ, ପୂର୍ଣ୍ଣ ଚନ୍ଦ୍ର ମିରିଗ, ବିଶ୍ୱରଞ୍ଜନ ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.