
ସଇଁତଲା, (ଖୁସିରାଣୀ ସାହୁ) : ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ସଇଁତଲା ଥାନା ବଡ଼ମାଲ ଫାଣ୍ଡି ଫପ୍ସି ଛକ ଶିଶୁ ମନ୍ଦିର ନିକଟସ୍ଥ ମହୁଲ ଗଛ ନିକଟରେ ପଡି ରହିଛି ମୃତଦେହ । ଗୋଳାବାରୁଦ କାରଖାନାରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ । ମୃତ ବ୍ୟକ୍ତି ଜଣକ ଦୟାନିଧି ଘିଭେଲା ବୋଲି ଜଣାପଡିଛି । ନାକ ଓ କାନରୁ ରକ୍ତ ବାହାରୁ ଥିବା ବେଳେ ହତ୍ୟା ହୋଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।