jayashree

ପଚାଶ ବର୍ଷରେ ପଦାର୍ପଣ ମା’ ଶ୍ୟାମାକାଳୀ ପୂଜା

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ସାରନଗରୀ ଅଞ୍ଚଳ ଗଞ୍ଜୁ ମାର୍କେଟରେ ମା’ ଶ୍ୟାମାକାଳୀଙ୍କ ପୂଜା ପଚାଶ ବର୍ଷରେ ପଦାର୍ପଣ ଅବସରରେ ଏହାକୁ ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରାଯାଉଛି । ଏହା ଅଞ୍ଚଳର ସର୍ବ ପୁରାତନ ପୂଜା । ଏହାକୁ ଆକର୍ଷଣୀୟ କରିବା ପାଇଁ ପୂଜା ମଣ୍ଡପକୁ ଗଗନ ଚୁମ୍ବି ତୋରଣରେ ସଜ୍ଜା ଯାଇଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ମାଳାରେ ଝଲସି ଉଠୁଛି । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ଭିଡ ଜମୁଛି । ସ୍ୱର୍ଣ୍ଣ ଜୟନ୍ତୀକୁ ମନୋରଞ୍ଜନ କରିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ନୃତ୍ୟଗୀତ ସାଙ୍ଗକୁ ଭଜନ ସମାରୋହର ଆୟୋଜନ କରାଯାଇଛି । ଭକ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ହେଉଥିବା ପୂଜା କମିଟିର ସଭାପତି ଅରବିନ୍ଦ ମହାନ୍ତି ପ୍ରକାଶ କରିଛନ୍ତି । ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବାପାଇଁ ଚଳିତ ବର୍ଷ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଯେଉଁଥିରେ ସଭାପତି ଅରବିନ୍ଦ ମହାନ୍ତି, ଉପ – ସଭାପତି ଅଜିତ ସୁବୁଦ୍ଧି, କାର୍ଯ୍ୟକାରୀ ସଭାପତି ଅନୁପମ ବାରିକ, ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସ୍ୱାଇଁ, କୋଷାଧ୍ୟକ୍ଷ ମୁକେଶ କେଜ୍ରିୱାଲ, କର୍ତ୍ତା ବିଜୟ ସାହୁ ଥିବାବେଳେ ଉପଦେଷ୍ଟା ଭାବେ ଅନିଲ କୁମାର ଶର୍ମା ଓ ଅନ୍ୟମାନଙ୍କ ମଧ୍ୟରେ ନରନାଥ କନୱାର, ଶଶୀ ଭୂଷଣ ସିନ୍ନା, ରାଜା ରମଣ, ଶ୍ରୁତିକାନ୍ତ ମିଶ୍ର, ବଳକାର ସିଂ, ଧୀରଜ ସିଂ, ରଞ୍ଜିତ ସାହୁ, ଆଶୁତୋଷ ବାରିକ ପ୍ରମୁଖ ପୂଜାରେ ସହଯୋଗ କରୁଛନ୍ତି । ଏହା ଦୀର୍ଘ ସାତଦିନ ଧରି ଚାଲିବାର ବ୍ୟବସ୍ଥା ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଟାଙ୍ଗରପଲ୍ଲୀ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.