csstore

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

  • ସବୁ ଅନଲାଇନ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରରେ ମିଳିବ ପୁଲିସ ମଞ୍ଜୁରି ପ୍ରମାଣପତ୍ର ପାଇଁ ଆବେଦନ କରିବାର ସୁବିଧା

ଭୁବନେଶ୍ୱର, (ପିଆଇବି) : ଦେଶର ନାଗରିକଙ୍କ ପାଇଁ ପାସପୋର୍ଟ ସେବାକୁ ଅଧିକ ସହଜ କରିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଗତ କିଛି ଦିନ ହେବ ପୁଲିସ ମଞ୍ଜୁରି ପ୍ରମାଣପତ୍ର (ପିସିସି) ପାଇଁ ଚାହିଦା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶର ସବୁ ଅନଲାଇନ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରରେ ପିସିସି ସେବା ପାଇବା ଲାଗି ଆବେଦନ କରିବାର ବ୍ୟବସ୍ଥା କରିବା ନିମନ୍ତେ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ୨୮ ସେପ୍ଟେମ୍ବର ୨୦୨୨ ଠାରୁ ଏହି ସୁବିଧା ନାଗରିକମାନଙ୍କୁ ମିଳିପାରିବ । ଏହି ପଦକ୍ଷେପ ଦ୍ବାରା ପିସିସି ଆପଏଣ୍ଟମେଣ୍ଟ ପାଇଁ ସ୍ଲଟ୍ ବୁକିଂ ନିମନ୍ତେ ସୁବିଧା ମିଳିବ ଏବଂ ଶୀଘ୍ର ଏଥିପାଇଁ ତାରିଖ ମିଳିପାରିବ ।

ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରରେ ପିସିସି ପାଇଁ ଆବେଦନ କରିବା ଲାଗି ସୁବିଧା ଦେବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥା କେବଳ ବିଦେଶରେ ଚାକିରି ପାଇଁ ଯିବାକୁ ଚାହୁଁଥିବା ଭାରତୀୟ ନାଗରିକଙ୍କୁ ସହାୟକ ହେବ ନାହିଁ, ବରଂ ଶିକ୍ଷା, ଦୀର୍ଘକାଳୀନ ଭିସା, ପ୍ରବାସ ଆଦି ପାଇଁ ପିସିସି ଆବଶ୍ୟକ କରୁଥିବା ଲୋକମାନଙ୍କୁ ମଧ୍ୟ ସହାୟତା କରିବ ।

ସୂଚନାଯୋଗ୍ୟ ଯେ, ଏଥିପୂର୍ବରୁ ପାସପୋର୍ଟ ସେବା ପାଇବାକୁ ସୁବିଧାଜନକ କରିବା ଲାଗି ବର୍ତ୍ତମାନର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

jayashree
Leave A Reply

Your email address will not be published.