ତୁରେକେଲା ପୁଲିସ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଙ୍କି ଗ୍ରା.ପ.ର ମୁଡ଼କାନି ଗ୍ରାମର ଲଛମନ ସଗ୍ରିଆ ଓ ତାଙ୍କ ପରିବାରବର୍ଗଙ୍କୁ ଜୀବନରେ ମାରିଦେବାକୁ ଗତ ୨୯ ତାରିଖ ଦିନ ସକାଳ ୭ଟା ୩୫ମି. ସମୟରେ ଗାଁର କ୍ଷମା ସଗ୍ରିଆ, ରବିନ୍ଦ୍ର ସଗ୍ରିଆ, କୁମର ସଗ୍ରିଆ, କୈଳାଶ ସଗ୍ରିଆ ଓ ହେମନ୍ତ ସଗ୍ରିଆ ତାଙ୍କ ଘର ଚାରିପାଖେ ଘେରି ରହିଥିଲେ । ଅନନ୍ୟୋପାୟ ହୋଇ ଲଛମନ ତାଙ୍କ ଶଳାକୁ ଫୋନ୍‌ କରିବାରୁ ସେ ତୁରେକେଲା ପୋଲିସକୁ ଅଭିଯୋଗ କରିବାରୁ ପୋଲିସ ଆସି ଲଛ୍‌ମନ ସହ ତାଙ୍କ ପରିବାରବର୍ଗଙ୍କୁ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପାଇଁ ଉଭୟ ପକ୍ଷକୁ ଥାନାକୁ ଡକାଇଥିଲା ତୁରେକେଲା ଥାନା ପୋଲିସ ସତ, କିନ୍ତୁ କିଛି ବୁଝାମଣା ନ କରି ଘରକୁ ଯିବାକୁ ଦୁଇ ପକ୍ଷକୁ ଛାଡ଼ି ଦେଇଥିଲା । ନ୍ୟାୟ ପାଇବା ଆଶାରେ ଲଛ୍‌ମନ କଂଟାବାଂଜି ଏସ୍‌ଡ଼ିପିଓଙ୍କୁ ଜଣାଇଥିଲେ ।

କିନ୍ତୁ ଏସ୍‌ଡିପିଓ ତୁରେକେଲା ଥାନାକୁ ଯାଇ ଲିଖିତ ଭାବରେ ଅଭିଯୋଗ ଦିଅ, ମୁଁ ଫୋନ୍‌ କରିଦେଉଛି କହିବାରୁ ଲଛ୍‌ମନ ତୁରେକେଲା ଥାନାରେ ଲିଖିତ ଭାବେ ଅଭିଯୋଗ ଦାଖଲ୍‌ କରିଥିବା କହିଛନ୍ତି । କିନ୍ତୁ ତୁରେକେଲା ପୋଲିସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ସେ ଓ ତାଙ୍କ ପରିବାରବର୍ଗ ଭୟଭୀତ ଅବସ୍ଥାରେ ରହିଥିବା ସେ ପ୍ରକାଶ କରିଛନ୍ତି । ତେବେ ଭୟଭୀତ ଲଛମନ୍‌ ଏବେ ନିଜ ପରିବାର ଧରି ଘୁନେସ ଗ୍ରା.ପ. ଅଧୀନସ୍ଥ ବାନ୍ଧନପାଲି ନିଜ ଶ୍ୱଶୁର ଘରକୁ ଯାଇ ରହୁଥିବା ଜଣାପଡ଼ିଛି । ତେବେ ତୁରେକେଲା ପୁଲିସ ଏ ଘଟଣା ସଂପର୍କରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.