pr

ବଲାଙ୍ଗିର ବିଜେଡି ପକ୍ଷରୁ ଉପରଝର ଠାରୁ ମହଲେଇ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମ ଠାରୁ ମହଲେଇ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏହି ଯାତ୍ରାରେ ସାମିଲ ହୋଇ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ । ସରକାରୀ ଯୋଜନା ଲୋକଙ୍କ ପାଖରେ କେତେ ମାତ୍ରାରେ ପହଞ୍ଚୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ୩୦୦ ୟୁନିଟ ବିଜୁଳି ଫ୍ରି । ଏ ସମସ୍ତ ଯୋଜନାରେ ବର୍ତ୍ତମାନର ବିଜେପି ସରକାର ନିର୍ବାଚନ ସମୟରେ ଏହି ଯୋଜନା ବାବଦରେ ଯେଉଁ ଫମ୍ପା ଭାଷଣ ମାରୁଥିଲା । ସରକାର ଆସିଲା ପରେ ତାହା ପ୍ରତିଫଳିତ ହେଉନାହିଁ । ତେଣୁକରି ଲୋକେ ଏହି ସରକାରୀ ଯୋଜନା ଗୁଡ଼ିକରୁ କେତେ ଲାଭାନ୍ୱିତ ହେଉଛନ୍ତି ତାହା ଜାଣିବାକୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା କଳିକେଶ କହିଥିଲେ । ଲୋକଙ୍କ ସମସ୍ୟା ଜାଣିବା ପରେ ତାକୁ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି କହିଥିଲେ । ଆସନ୍ତା ୨୧ ତାରିଖରୁ ପ୍ରତି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯିବ ବୋଲି ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ କଳିକେଶ ସିଂହଦେଓଙ୍କ ସହିତ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସୁଶିଲ କୁମାର ଚାନ୍ଦ, ଲକ୍ଷ୍ମଣ କୁମାର ମେହେର, ଉମା ଶଙ୍କର ସିଂ, ରାଜେନ୍ଦ୍ର ହୋତା, କୈଳାଶ ଚନ୍ଦ୍ର ମହାନ୍ତି, ସଲେନ୍ଦ୍ର ସାହୁ, ସୁମତି ସେଠ, ମମତା କୁମରା, ପ୍ରମୋଦ ବହିଦାର, ଅନଙ୍ଗ ପ୍ରଧାନ, ଅନ୍ତର୍ଯ୍ୟାମୀ ଭୋଇ, ଘନଶ୍ୟାମ ସାହୁ, କପିଳେଶ୍ୱର ନାୟକ, ମୋତି ମାଝୀ, କାର୍ତ୍ତିକ ମଲ୍ଲିକ, ପ୍ରମୋଦ ସାହୁ, କୌସବମଣି ପ୍ରଧାନ ମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.