jayashree

କୁରସୁଡ ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବିଧାନସଭା ଅନ୍ତର୍ଗତ କୁରସୁଡ ମଣ୍ଡଳ ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଭାରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଛନ୍ଦାରାଣୀ ନାୟକ ଏବଂ ସିନ୍ଧେକେଲା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ଭାରତୀ ତଥା କୁର୍ସୁଡ଼ ମଣ୍ଡଳର ସମସ୍ତ ମା’ ଭଉଣୀ ମାନେ ଉପସ୍ଥିତ ହୋଇ ଦୁର୍ଗା ମଣ୍ଡପ ଠାରୁ ବାହାରି ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ବିରୋଧୀ ଦଳ ମାନଙ୍କ ମହିଳାଙ୍କ ପ୍ରତି ଥିବା ଆକ୍ରୋଶ ଭାବ ତଥା କୁମ୍ଭୀର କାନ୍ଦଣା ଛଡ଼ା ଆଉ କିଛି ନୁହେଁ ବୋଲି କୁହାଯାଇଥିଲା । ପଦଯାତ୍ରା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ସାଂସଦଙ୍କ ବ୍ଲକ ପ୍ରତିନିଧି ମୁକେଶ କୁମାର ଜୈନ, କୁରସୁଡ ମଣ୍ଡଳ ସଭାପତି ବିଦୁର ବେହେରା, ପୂର୍ବତନ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ଫକୀର ଥାପା, ଶ୍ୟାମ ମହାନନ୍ଦ, ନାରାୟଣ ବାଗ, ଛଳିନ୍ଦ୍ର ନିଆଲ, ସନ୍ତୋଷ ସାହୁ ଯୋଗ ଦେବା ସହ ମହିଳାଙ୍କ ପାଇଁ ବିଲକୁ ପାସ ନ କରାଇବା ହେଉଛି ବିରୋଧି ଦଳର ମମୁଖ୍ୟ ଭୂମିକା ବୋଲି କୁହାଯାଇଥିଲା ।

Leave A Reply

Your email address will not be published.