csstore

୨୨ମାସ ପରେ ପୂରଣ ହେଲା ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ପଦବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ମମତା ମହାଡ଼ିକ ଯୋଗଦାନ କରିଛନ୍ତି । ତାଙ୍କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟରେ ବିଆର୍‌ସିସି ଅଜିତ ମିଶ୍ର, ଏବିଇଓ କବିରାଜ ମାଝୀ ସହ ଶିକ୍ଷା ବିଭାଗର କର୍ମଚାରୀ ଓ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୩୧/୮/୨୧ରେ ଦେଓଗାଁ ବ୍ଳକର ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ସଂକିର୍ତ୍ତନ୍ୟ ବାଗ ଅବସର ନେବା ପରେ ସେହି ଦିନରୁ ଅସ୍ଥାୟୀ ଭାବେ ସଇଁନ୍ତଲା ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଦନ ଭୋଇ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ । ଦୀର୍ଘ ୨୨ ମାସ ପରେ ଏହି ପଦବୀରେ ଜଣେ ସ୍ଥାୟୀ ଅଧିକାରୀ ଭାବେ ଯୋଗଦେଇଛନ୍ତି । ୨୦୨୩ ଶିକ୍ଷା ବର୍ଷ ଆରମ୍ଭରୁ ନୂଆଁ ହୋଇ ଜଣେ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦାନ କରିଥିବାରୁ ନିଶ୍ଚିତ ଭାବେ ଶିକ୍ଷା ବିଭାଗରେ ଉନ୍ନତି ଦେଖାଯିବ ବୋଲି ଶିକ୍ଷା ପ୍ରେମୀ ମହଲରେ ଆଶା ଦେଖାଯାଇଛି ।

jayashree
Leave A Reply

Your email address will not be published.