pakka

ଗାନ୍ଧୀନଗରପଡାରେ ବାଇକ ଧକ୍କାରେ ଜଣେ ଛାତ୍ର ଆହତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାନ୍ଧୀନଗରପଡାରେ ଗୋଟିଏ ବାଇକ ଧକ୍କାରେ ଜଣେ ଛାତ୍ର ଆହତ ହୋଇଥିବା ଖବର ମିଳିଛି । ଛାତ୍ର ଜଣକ ପିଆର୍‌ ହାଇକସ୍କୁଲର ବୋଲି ଜଣାପଡିଛି । ସୂଚନା ଅନୁସାରେ ଛାତ୍ର ଜଣକ ସାଇକେଲରେ ଯାଉଥିବା ସମୟରେ ଗୋଟିଏ ବାଇକ ଧକ୍କା ଦେଇଥିଲା । ଫଳରେ ଛାତ୍ର ଜଣକ ତଳେ ପଡି ଯାଇ ଆହତ ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିବା ନେଇ ଜଣାପଡିଛି ।

jay balangir
Leave A Reply

Your email address will not be published.

one × three =