pakka

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ : ୨ ମୃତ, ୧ ଗୁରୁତର

bbehera

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ନିକଟବର୍ତ୍ତୀ ଟ୍ରକ ପାର୍କିଂଠାରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିନାହିଁ । ସମସ୍ତେ ଝାରଖଣ୍ଡ ରାଜ୍ୟ ପଲାମୁ ଜିଲ୍ଲା ଅଞ୍ଚଳର ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କୁତ୍ରା ନିକଟସ୍ଥ ନିର୍ମାଣଧିନ ଶିବା ସିମେଣ୍ଟ କାରଖାନାର ଠିକା ସଂସ୍ଥା ଏଲଆଣ୍ଡଟି ଅଧିନରେ ତିନି ଜଣ କାର୍ଯ୍ୟ କରୁଥିବା ବେଳେ ଗତ ରାତିରେ ଏକ ବାଇକ ଯୋଗେ ବିଜୁ ଏକ୍ସପ୍ରେସ ୱେ ଉପରେ ଯାଉଥିଲେ । ଏତିକି ବେଳେ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟକୁ ବାଇକ୍‌ଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତାହତଙ୍କ ପରିଚୟ ଜଣାପଡି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

five × five =