ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ

ତୁଷୁରା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ମାରୱାଡି ଯୁବା ମଞ୍ଚ । ସ୍ଥାନୀୟ ଜୈନ ଭବନରେ ଅକ୍ସିଜେନ ବ୍ୟାଙ୍କକୁ କେନ୍ଦ୍ରକୁ ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ମାରୱାଡି ଯୁବାମଞ୍ଚର ସଭାପତି ଅମିତ ଜୈନଙ୍କ ସଭାପତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଶିଳ୍ପପତି ଦୀନଦୟାଲ କେଡିଆ ମଞ୍ଚ ପରିଚାଳନା କରିଥିବା ବେଳେ ତୁଷୁରା ସାମ୍ବାଦିକ ସଂଘର ସଭାପତି ମନୋଜ ଜୈନ, ବିରେନ୍ଦ୍ର ଜୈନ, ଗଣେଶ ଅଗ୍ରୱାଲ, ଅରହମ ଜୈନ ଆଦି ଉପସ୍ଥିତ ଥିଲେ । ସଂପାଦକ ରୋହିତ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three − one =

error: Content is protected !!