om academy

ଡିଏଚ୍‌ଏଚ୍‌ରେ ଖୋଲିଲା ଓଆର୍‌ଏସ୍ ଏବଂ ଜିଙ୍କ୍ କର୍ଣ୍ଣର୍

jsm

ଜୟପୁର, (ଜଗନ୍ନାଥ ବିଷୋୟୀ) : ଜିଲ୍ଲା ହସପିଟାଲରେ ଖୋଲାଯାଇଛି ଓଆର୍‌ଏସ୍ ଏବଂ ଜିଙ୍କ୍ କର୍ଣ୍ଣର୍ । ଖରାଦିନ ଏବଂ ସମ୍ଭାବ୍ୟ ଝାଡ଼ାବାନ୍ତିକୁ ଆଖିରେ ଆଗରେ ରଖି ଡାକ୍ତରଖାନା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଓଆରଏସ୍ ମିଶ୍ରଣ ତିଆରି ଏବଂ ଜିଙ୍କ୍ ଉପକାରିତା ବାବଦରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସିଡିଏମ୍ଓ ଡ଼. ଅରୁଣ କୁମାର ପାଢି କହିଛନ୍ତି । ଡିଏଚ୍‌ଏଚ୍‌ର ମଦର ଆଣ୍ଡ ଚାଇଲ୍ଡ ହେଲ୍‌ଥ କୋଠାର ପ୍ରବେଶ ପଥରେ ଖୋଲାଯାଇଛି ଏହି କାଉଣ୍ଟର । ପ୍ରତିଦିନ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯାଉଛି । ସନ୍ଧ୍ୟାରେ ରୋଗୀ ସଂଖ୍ୟା ଅପେକ୍ଷାକୃତ କମ୍‌ ଥିବାରୁ ଦରକାର ହେଲେ ହେଲ୍ପଡେସ୍କ କର୍ମଚାରୀ ସେବା ଯୋଗାଇ ଦେଉଛନ୍ତି । ସିଡିଏମ୍ଓ ଡାକ୍ତର ପାଢି କହିଛନ୍ତି, ଏବେ ପାଗ ବଦଳୁଛି ଏବଂ ଖରାଦିନ ଆସୁଛି । ପାଗ ବଦଳିଲେ ସାଧାରଣତଃ ଝାଡ଼ାବାନ୍ତି ରୋଗ ବ୍ୟାପିଥାଏ । ଅଧିକାଂଶ ଛୋଟ ଛୁଆ ଏହାର ଶିକାର ହୋଇଥାନ୍ତି । ଏଥିସହ ପ୍ରବଳ ଖରା କାରଣରୁ ବୟସ୍କଙ୍କଠାରେ ରକ୍ତଚାପ ସମସ୍ୟା ଉପୁଜେ । ଶରୀରରେ ଜଳୀୟ ଅଂଶ କମିଯିବାରୁ କେହି କେହି ମୁଣ୍ଡବୁଲାଇ ପଡ଼ିଯାନ୍ତି । ଗୋଟିଏ ଲିଟର ପାଣିରେ କେତେ ଓ ଆରଏସ୍ ମିଶିବ, ମିଶାଇବା ପ୍ରକ୍ରିୟା ଏବଂ ଏହାର ସେବନବିଧି ରୋଗୀଙ୍କ ସମ୍ପର୍କୀୟଙ୍କୁ କର୍ମଚାରୀମାନେ ଶିଖାଉଛନ୍ତି ।

Leave A Reply

Your email address will not be published.