pakka

ବରଗଡ଼ର ବିକାଶ ଆବାସିକ ବିଦ୍ୟାଳୟର ୨ ପୂର୍ବତନ ଛାତ୍ରୀ ଏବଂ ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର ଓପିଏସ୍‌ସି ୨୦୨୧ ତାଲିକାର ଶୀର୍ଷ ୨୦୦ ର‍୍ୟାଙ୍କରେ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ୩୧ ଜୁଲାଇ ୨୦୨୩ରେ ପ୍ରକାଶିତ ଓପିଏସ୍‌ସି ୨୦୨୧ ଫଳାଫଳରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ୨ ପୂର୍ବତନ ଛାତ୍ରୀ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର ଓପିଏସ୍‌ସି ୨୦୨୧ ତାଲିକାର ଶୀର୍ଷ ୨୦୦ ରେଙ୍କରେ ରହି ବିକାଶ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ୨୦୧୩-୨୦୧୫ ବ୍ୟାଚର ସିବିଏସ୍‌ଇ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ସାମଲ (ପୁରୁଣାଗଡ଼, ଦେବଗଡ଼ର ଭବାନୀ ଶଙ୍କର ସାମଲ ଓ ଶ୍ରୀମତୀ ଶକୁନ୍ତଳା ପ୍ରଧାନଙ୍କ ସୁପୁତ୍ରୀ) ରାଜ୍ୟସ୍ତରୀୟ ୧୪ ର‍୍ୟାଙ୍କ, ୨୦୦୮- ୨୦୧୨ ବ୍ୟାଚର ଛାତ୍ରୀ ଦୁର୍ଗେଶିନୀ ପଟେଲ ( ସୁର୍ଗୁଡ଼ା, ସୁନ୍ଦରଗଡ଼ର ଉଦିତ୍ କୁମାର ପଟେଲ୍ ଓ ଶ୍ରୀମତୀ ଜୟନ୍ତୀ ନାଏକଙ୍କ ସୁପୁତ୍ରୀ) ରାଜ୍ୟସ୍ତରୀୟ ୧୧୯ ର‍୍ୟାଙ୍କ୍ ଏବଂ ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲର ୨୦୧୪-୧୬ ବ୍ୟାଚର ଛାତ୍ର ଆକାଶ ପଣ୍ଡା (ନଅଗାଁ, ସୋହେଲା, ବରଗଡ଼ର ରଞ୍ଜନ କୁମାର ପଣ୍ଡା ଓ ଶ୍ରୀମତୀ ସଞ୍ଜୁକ୍ତା ପଣ୍ଡାଙ୍କ ସୁପୁତ୍ର) ରାଜ୍ୟସ୍ତରୀୟ ୧୭୬ ର‍୍ୟାଙ୍କରେ ରହି ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଅନୁଷ୍ଠିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ସମଗ୍ର ଓଡ଼ିଶା ଏବଂ ବିକାଶ ଶିକ୍ଷାନୁଷ୍ଠାନ ପାଇଁ ସୁନାମ ଅର୍ଜନ କରିଛନ୍ତି ।

ପ୍ରକାଶ ଥାଉକି, ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓପିଏସ୍‌ସି ୨୦୨୦ରେ ଅନନ୍ୟା ସୃଷ୍ଟି ଶତପଥୀ ରାଜ୍ୟସ୍ତରୀୟ ୩ ର‍୍ୟାଙ୍କ, ସୋନାଲି ପଟ୍ଟନାୟକ ୭୨ ର‍୍ୟାଙ୍କ୍, ପଦ୍ମିନୀ ନାଏକ ୩୬୮ ର‍୍ୟାଙ୍କ, ଅମିତ ମେହେର ୩୮୩ ର‍୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହିପରି ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ପରୀକ୍ଷାମାନଙ୍କରେ ପ୍ରତିବର୍ଷ ବିକାଶ ଛାତ୍ରଛାତ୍ରୀ ସଫଳତା ବିକାଶ ବରଗଡ଼ର ଗୁଣାତ୍ମକ ଶିକ୍ଷା ଓ ଭିତ୍ତିଭୂମି ପାଠ୍ୟକ୍ରମର ଉଦାହରଣ ବୋଲି ବିକାଶ ଗ୍ରୁପ୍‌ର ଚେୟାରମେନ ଡି.ମୂରଲୀ କ୍ରୀଷ୍ଣା ମତବ୍ୟକ୍ତ କରିବା ସହିତ ସମସ୍ତ ସଫଳ ଛାତ୍ରଛାତ୍ରୀ, ତାଙ୍କର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

19 + 7 =

error: Content is protected !!