pakka

ସ୍ଵାଭିମାନୀ ଓଡ଼ିଆଣୀର ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ୱାଭିମାନୀ ଓଡ଼ିଆଣୀ ତରଫରୁ ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ୍‌ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନସୀ ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ନମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ତଥା ନିର୍ଦ୍ଦେଶିକା ବନ୍ଦିତା ମହାନ୍ତି ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ, ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷାକୁ ଅଧିକରୁ ଅଧିକ ବ୍ୟବହାର ଓ ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ଏହି ଅବସରରେ ଓଡିଆ ଖାଦ୍ୟ, ଓଡ଼ିଆ ସଂଗୀତ, କବିତା ପାଠ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ଦାସ ମହାପାତ୍ର ସଂସ୍ଥାର ବିବରଣୀ ଓ ଉଦ୍ଦେଶ୍ୟ ତଥା ବରିଷ୍ଠ ସଦସ୍ୟା କଳ୍ପନା ଶତପଥୀ ଉତ୍କଳ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସ୍ମିତା ମିଶ୍ର, ତୃପ୍ତି ସାହୁ, ମାନସୀ, ସରମିନ୍ ପାଢ଼ୀ ସଂଗୀତ ପରିବେଷଣ କରିଥିବା ବେଳେ ସ୍ମିତା ମିଶ୍ର ଓ ପ୍ରିୟଙ୍କା ବିଶ୍ୱାଳ କବିତା ପାଠ ତଥା ଲାବଣ୍ୟ ପ୍ରଭା ଓ ନମିତା ମହାପାତ୍ର ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷିନୀ ଧରୁଆ, ଡ. ଶୁଭଶ୍ରୀ ମହାରଣା, ସୁପ୍ରଭା ଦାଶ,ସମିତା ପାଢ଼ୀ, ଜ୍ୟୋସ୍ନା ମଲ୍ଲିକ, ମୀନି ମଲ୍ଲିକ, ରାଜଲକ୍ଷ୍ମୀ ସୂତାର, ସ୍ୱର୍ଣ୍ଣଲତା ପଣ୍ଡା, ଅନୁସୂୟା ରାଜ, ଦୀପିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ତୃପ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen + eighteen =