ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଆଲୋଚନାଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆନୁକୁଲ୍ୟରେ “ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି” ବିଷୟରେ ଏକ ଆଲୋଚନାଚକ୍ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ଡ଼. ଗୋପୀନାଥ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପ୍ରତିଷ୍ଠା ଏବଂ ଜଗନ୍ନାଥ ସଂସ୍କୃତିରେ ନାରୀ ଚରିତ୍ରକୁ ସୁନ୍ଦର ଭାବରେ ଚିତ୍ରଣ କରିଥିଲେ । ମୁଖ୍ୟବକ୍ତା ଭାବରେ ପ୍ରତିଷ୍ଠିତ ଲେଖକ ଡ଼. ପ୍ରମୋଦ ଚନ୍ଦ୍ର ପାଢୀ ଜଗନ୍ନାଥ ସଂସ୍କୃତିରେ ଦେବଦାସୀ ନୃତ୍ୟ ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ସଭାପତି ଅଖିଳ ଚନ୍ଦ୍ର ପୁରୋହିତ ମହାପ୍ରଭୁଙ୍କ ସମସ୍ତ ଜିନିଷ ବଡ ଓ ମହାନ ବୋଲି କହିଥିଲେ । ଅଧ୍ୟକ୍ଷା ତାଙ୍କ ଉପସ୍ଥାପନାରେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ବିଷୟରେ ବିଷଦ ଭାବରେ ବୁଝାଇଥିଲେ । ଅଧ୍ୟାପିକା ଶ୍ରୀମତୀ କୁନ୍ତଳା ସାହୁ ଜଗନ୍ନାଥ ସଂସ୍କୃତିର ଉତ୍ପତ୍ତି ଓ ଇତିହାସ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ନାୟକ ଜଗନ୍ନାଥ ସଂସ୍କୃତିରେ ସ୍ଵଧର୍ମ ବିଷୟରେ ଆଲୋଚନା କରିଥିଲେ । ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ଜଗନ୍ନାଥ ସଂସ୍କୃତିର ନୀତିକନ୍ତି ଓ ପରମ୍ପରା ବିଷୟରେ ଦିଗଦର୍ଶନ ଦେଇଥିଲେ । ଛାତ୍ରୀମାନେ ଅଂଶଗ୍ରହଣ କରି ଜଗନ୍ନାଥ ସଂସ୍କୃତି, ଜଗନ୍ନାଥଙ୍କ ସମନ୍ଵୟ ଭାବଧାରା ବିଷୟରେ ସୁନ୍ଦର ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ସର୍ବ ଧର୍ମର ସମନ୍ଵୟ ଜଗନ୍ନାଥ ସଂସ୍କୃତି ବିଷୟରେ କହି ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ବାଇଶି ପାହାଚର ତାତ୍ପର୍ଯ୍ୟ ବିଷୟରେ କହି ସମସ୍ତ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.