ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କରି ତାଙ୍କୁ ପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ପଡିଛି । ଏ ବିଷୟରେ ରାଜ୍ୟ ପଞ୍ଚାୟତ ରାଜ ବିଭାଗ ଯୁଗ୍ମ ସଚିବ ପତ୍ର ୧୮୨୨୪ ତା ୧୮/୧୧/୨୦ ଅନୁସାରେ ବରଗଡ଼ ଜିଲ୍ଲାପାଳ, ପଦ୍ମପୁର ଉପ ଜିଲ୍ଲାପାଳ, ପାଇକମାଲ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପମା ସିଂଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଚିଠି ନମ୍ବର ୬୯୬ ଜିପି ତା ୪/୯/୨୦ ଅନୁସାରେ ଧାରା ୧୧୫ର ଉପଧାରା ୨ ଓପିଜି ଆକ୍ଟ ୧୯୬୪ ଆଧାରରେ ନିଲମ୍ବତି କରିଥିଲେ । ଏହାପରେ ନାଏବ ସରପଞ୍ଚ ଶଶୀ ବନଛୋର ତୁରନ୍ତ କାର୍ୟ୍ୟ ତୁଲାଉଥିଲେ ।

Leave A Reply

Your email address will not be published.