ବଲାଙ୍ଗିର ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାକ୍ସ ଫୋର୍ସ ଓ କିଶୋରୀ ସଶକ୍ତିକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀର ଓ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହନିରୋଧ ଓ ଟାସ୍କ ଫୋର୍ସ ତଥା କିଶୋରୀ ସଶକ୍ତିକରଣ ବୈଠକ ଜିଲ୍ଲାପଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାସ, ଶିଶୁ ମଙ୍ଗଳ ସମିତିର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର, କିଶୋର ନ୍ୟାୟ ପରିଷଦର ସଭ୍ୟା ବବିତା ଅଗୱାଲ, ତୁଷୁରାର ୟୁଥ ସାର୍ଭିସ ସେଂଟରର ସଂପାଦକ ଉମେଶ ପୁରୋହିତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ପ୍ରଧାନ, ୱାନ୍‌ଷ୍ଟପ୍‌ ସେଂଟର, ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ସଭ୍ୟମାନଙ୍କ ସମେତ ବିଭିନ୍ନ ବ୍ଲକର ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣା ବାଲ୍ୟ ବିବାହକୁ ରୋକିବା ନିମନ୍ତେ ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତା ସଷ୍ଟିି କରାଯିବା ଉପରେ ଗୁରୁତ୍ୱାରୋପ କରିବା ସହ ବ୍ଲକ୍‌ ସ୍ତରୀୟ ଓ ପଂଚାୟତ ସ୍ତରରେ ଟାସ୍କ ଫୋର୍ସ ଗଠନ ବ୍ୟାପକ ଜନସଚେତନତା ନିମନ୍ତେ ପଞ୍ଚାୟତ ସ୍ତରରେ ବୈଠକ ଆୟୋଜନ କରିବା ସହ ଏ ସଂପର୍କିତ ସଚେତନତା ବାର୍ତ୍ତା ସାମାଜିକ ଗଣମାଧ୍ୟମ ଦ୍ୱାରା ବ୍ୟାପକ ପ୍ରସାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାଲ୍ୟ ବିବାହ ନିରୋଧ ସଂପର୍କରେ ଜିଲ୍ଲା ସ୍ତରୀୟ ଏକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ସେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଏକ୍ସନ୍‌ ଏଡ୍‌, ଭୁବନେଶ୍ୱର ରିସୋର୍ସ ପର୍‌ସନ୍‌ ଘାସୀରାମ ପଣ୍ଡା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ରାଜ୍ୟ ଓ ଜିଲ୍ଲା ୱାରୀ ବାଲ୍ୟ ବିବାହର ସ୍ଥିତି ଓ ଏହାର ନିରାକରଣର ବିଭିନ୍ନ ପଦକ୍ଷେପ ଉପରେ ସବିଶେଷ ଆଲୋଚନା କରିଥିଲେ । ଜିଲ୍ଲା ଏକ୍ସନ ପ୍ଲାନ୍‌ର ପ୍ରସ୍ତୁତି କିପରି ହେବ ସେ ସଂପର୍କରେ ସୂଚନା ଦେବା ସହ କିଶୋରୀମାନଙ୍କୁ ସଶକ୍ତିକରଣ ନିମନ୍ତେ ଯୋଜନା, ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ଟାସ୍କ ଫୋର୍ସ ଗଠନ ଓ ଏହାର କାର୍ଯ୍ୟକାରିତା, ବାଲ୍ୟ ବିବାହମୁକ୍ତ ଗ୍ରାମ, ଜିଲ୍ଲା ଟାସ୍କ ଫୋର୍ସର ଭୂମିକା ଓ କର୍ତ୍ତବ୍ୟ ଇତ୍ୟାଦି ସଂପର୍କରେ ସବିଶେଷ ସୂଚନା ଦେବା ସହ ବାଲ୍ୟ ବିବାହ ନିରୋଧ ସଂପର୍କୀତ ବ୍ୟବସ୍ଥା ଓ ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଆନ୍ତଃ ବିଭାଗୀୟ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ ଓ କିଶୋରୀ ସଶକ୍ତିକରଣର ତାପ୍ତର୍ଯ୍ୟ ସଂପର୍କରେ ବୈଠକରେ ପ୍ରାରମ୍ଭିକ ସୂଚନା ଦେବା ସହ ବାଲ୍ୟ ବିବାହ ରୋକିବାକୁ ବ୍ଲକ୍‌ ସ୍ତରୀୟ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିରେ ଆବଶ୍ୟକ ସଭ୍ୟସଭ୍ୟାମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧି, ସମନ୍ୱିତ ଶିଶୁ ବିକାଶ ଯୋଜନାର କ୍ଷେତ୍ର କର୍ମଚାରୀ ବାଲ୍ୟ ବିବାହ ଓ ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ର କର୍ମଚାରୀ ତଥା ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ସଚେତନତା ଓ ପ୍ରଶିକ୍ଷଣ କରାଯିବା ସଂପର୍କରେ ସୂଚନା ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧବକାରୀ ଶ୍ରୀମତୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.