ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଭାବକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଳାରେ ବନ୍ଦ ହେଉଥିବା ୨୭୩ ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି । ସୋହେଲା ବ୍ଲକ ବିନ୍ଧନପାଲି ଓ ବରପାଲି ବ୍ଲକ ଟିଙ୍ଗିପାଲି ଗାଁର ଅଭିଭାବକମାନେ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଳାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ସରକାରଙ୍କ ଏହି ନିଷ୍ପତି ସମ୍ବିଧାନିକ ଅଧିକାରକୁ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି । ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସତ୍ତ୍ୱେ ନୂଆ ଆଡ଼ମିଶନ ହେଉନଥିବାରୁ ଅଭିଭାବକମାନେ ଅଷନ୍ତୋଷ ପ୍ରକାଶ କରିଛନ୍ତି । ଆମ୍‌ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାବ ପାତ୍ର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.