om academy

ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସମଲେଶର ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପରିବାର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମଲେଶର ଅଞ୍ଚଳର ବେଣୁ ବାଗ ଓ ତାଙ୍କ ପରିବାର ଭେଟିଛନ୍ତି । ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖରେ ବେଣୁଙ୍କ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏପରିକି ସେମାନଙ୍କୁ ସଂଘବଦ୍ଧ ଭାବେ ମାରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ପୋଲିସ ଏହି ମାମଲାରେ କେବଳ ଜଣକୁ ଗିରଫ କରିଛି । ଅନ୍ୟମାନେ ଏବେ ବି ବାହରେ ଅଛନ୍ତି ବୋଲି ସେମାନେ କହିଛନ୍ତି । ଏଥିନିମନ୍ତେ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ସେ ଓ ତାଙ୍କ ପରିବାର ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.