csstore

ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ଏଆଇଡିଏସ୍‌ଓ, ଏଆଇଏମ୍‌ଏସ୍‌ଏସ୍‌, ଏଆଇଡିୱାଇଓ ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ କଠୋର ଦଣ୍ଡ ଦାବୀରେ ଆଜି ଆଇଡିଏସ୍‌ଓ, ଏଆଇଏମ୍‌ଏସ୍‌ଏସ୍‌ ଏବଂ ଏଆଇଡିୱାଇଓ ବଲାଙ୍ଗିର ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ସମେତ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ, ଏହି ଜଘଣ୍ୟ କାଣ୍ଡରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଅବିଳମ୍ବେ ବହିଷ୍କାର ଏବଂ ଗିରଫ କରାଯାଉ ଏବଂ ସ୍କୁଲ ମାଲିକଙ୍କୁ ସୁରକ୍ଷା ଦେଇଥିବା ଏବଂ ଘଟଣାକୁ ଦୀର୍ଘ ଦିନ ଧରି ଘଣ୍ଟଘୋଡାଇବାରେ ସଂପୃକ୍ତ ପୋଲିସ କର୍ମଚୀରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଛି । ଶିକ୍ଷାର ଘରୋଇକରଣ ଏବଂ ଶିକ୍ଷାକୁ ମାଫିଆମାନଙ୍କ ହାତରେ ଟେକି ଦେଲେ ତାର ପରିଣାମ ଯେ କ’ଣ ହୋଇପାରେ ଏହି ଘଟଣା ତାର ଜ୍ୱଳନ୍ତ ନମୁନା । ଶିକ୍ଷାର ବ୍ୟବସାୟୀକରଣ ଦ୍ୱାରା ଚରମ ଆର୍ଥିକ ଶୋଷଣ ହେଉଛି କିନ୍ତୁ ବିଶେଷ ଭାବେ ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ବୋଲି ଏଆଇଏମ୍‌ଏସ୍‌ଏସ୍‌ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟା ମନ୍ଦୋଦରୀ ରାଉଳ ତାଙ୍କ ବକ୍ତବ୍ୟରେ କହିଥିଲେ । ଆଜିର ଏହି ପ୍ରତିବାଦ ସଭାରେ ଏଆଇଡିଏସ୍‌ଓ ରାଜ୍ୟ ସଂପାଦକ ମଣ୍ଡଳୀ ସୁନିଲ ଭୋଇ, ଜିଲ୍ଲା ସଭାପତି ରାଜିନ୍ଦ୍ର ରଣା, ସଂପାଦକ ମଧୁସୁଦନ ବାଗ, ଏଆଇଡିୱାଇଓ ସଂଯୋଜକ ତାମସ ବେହେରା, ଏଆଇଏମ୍‌ଏସ୍‌ଏସ୍‌ ସଂଯୋଜିକା ଚନ୍ଦ୍ରକାନ୍ତି ସାହୁ ଓ ସୀମା ପ୍ରଧାନଙ୍କ ଶତାଧିକ ଛାତ୍ର, ଯୁବକ, ମହିଳା ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.