pr

ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ନୂତନ କମିଟି ଗଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ମାରୁତି ନଗର ଠାରେ ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୂତନ ପଦାଧିକାରୀ ଏବଂ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେ ସଭାପତିଙ୍କ ଅନୁମୋଦନ କ୍ରମେ ଉପ ସଭାପତି ସୁଦାମ ସାହା, ସଂପାଦକ ଦିବ୍ୟ କିଶୋର ଡନସନା, ସହ ସଂପାଦକ ଟଙ୍କଧର ବାଗ, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ, ସହ କୋଷାଧ୍ୟକ୍ଷ ଲଳିତ ପଟେଲ ଭାବରେ ମନୋନୀତ ହୋଇଥିଲେ । ଯୁବ ଆଇନଜୀବୀ ତଥା ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡାଙ୍କୁ ଆଇନ ପରାମର୍ଶଦାତା ଭାବରେ ମନୋନୀତ କରାଯାଇଥିବା ବେଳେ ସଂଘର ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ତା’ର ସମାଧାନ କରିବା ପାଇଁ ମିଳିତ ପ୍ରୟାସ କରିବା ପାଇଁ ମତପ୍ରକାଶ ପାଇଥିଲା । ଶେଷରେ ସଂଘର ସମ୍ପାଦକ ଦିବ୍ୟ କିଶୋର ଡନସନା ଧନ୍ୟବାଦ୍ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ ।

nrusinghnath
Leave A Reply

Your email address will not be published.