pakka

ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ନୃସିଂହନାଥ ମନ୍ଦିର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଗତକାଲି ଭକ୍ତ ମାନଙ୍କର ଦର୍ଶନ ପାଇଁ ଖୋଲା ଯାଇଛି । ବରଗଡ଼ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ଦିନ ୧୧ଟା ସମୟରେ ନୃସିଂହନାଥ ଅତିଥି ଭବନ ପରିସରରେ ଏକ ସଭା ପାଇକମାଳ ତହସିଲଦାର ମନୋଜ କୁମାର ମେହେର, ବିଡ଼ିଓ ତଥା ମନ୍ଦିରର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ସୁରେନ୍ଦ୍ର କୁମାର ମେହେର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ବରିଷ୍ଠ ସେବାୟତ ସୁବୋଧ ପଣ୍ଡା ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ଖୋଲିବା ସମୟରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ଏହା ଉପରେ ଆଲୋଚନା କରାଯାଇଥିଲା । ନିଷ୍ପତ୍ତି ଅନୁସାରେ ମନ୍ଦିର ଭିତରରେ ମାକ୍ସ ପରିଧାନକୁ ବାଧ୍ୟତା ମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖାଯିବା ସହିତ ସାନିଟାଇଜର ଓ ଥର୍ମାଲ ସ୍କେନିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶ୍ରଦ୍ଧାଳୁମାନେ ଗର୍ଭ ଗୃହ ଭିତରକୁ ନ ଯାଇ ବାହାର ଗେଟରୁ ମହାପ୍ରଭୁ ଶ୍ରୀ ନୃସିଂହନାଥ ଠାକୁରଙ୍କୁ ଦର୍ଶନ କରି ପାରିବେ, ମନ୍ଦିର ଭିତରକୁ ପ୍ରସାଦ ସାମଗ୍ରୀ, ଫୁଲ, ଦୀପ ଆଦି ନେଇ ପାରିବେ ନାହିଁ । ଦଶ ବର୍ଷରୁ କମ୍‌, ୬୫ ବର୍ଷରୁ ଅଧିକ କିମ୍ବା ଗର୍ଭବତୀ ମହିଳା ମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ମାନେ କୋଭିଡ ନିୟମ, କାର୍ଯ୍ୟରତ କର୍ମଚାରୀ, ପୋଲିସ ଓ ଅନ୍ୟ ତଦାରଖକାରୀଙ୍କ କଥା ମାନି ଭଗବାନ ନୃସିଂହନାଥଙ୍କୁ ସୁରୁଖୁରୁରେ ଦର୍ଶନ କରିବେ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

12 − eight =

error: Content is protected !!