ଆସୁଛେ ବଡ୍‌ଖା ତିହାର୍‌ ନୂଆଁଖାଇ : ସଫା ସୁତ୍‌ରା, ସଜ୍‌ବାଜ୍‌ ଥି ଲାଗିଗଲେନ’ ଲୋକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁ କେନ୍‌ ଯୁଗୁଁ ପଶ୍ଚିମ ଓଡ଼ିଶା ଥି ଘରେ ଘରେ ପାଲନ୍‌ ହେଇ ଆସୁଛେ ନୂଆଁଖାଇ ପରବ୍‌ । ନୂଆଁଖାଇ ଆସିଗଲେ ପଶ୍ଚିମ ଓଡ଼ିଶା ଲାଗ୍‌ସି ଖୋବ୍‌ ନୂଆଁ ନୂଆଁ । ରାଗ୍‌ ରିସା, ବିଗଡ୍‌ ବାଗଡ୍‌, ଗାଲି ଝଗର୍‌ କେ ପଛେ ପକେଇ ଦେଇ ନୂଆଁଖାଇ କେ ବଡ଼ା ଶର୍‌ଧା ଥି ପାଲନ୍‌ କରସନ୍‌ ଗାଁ ମାଁର୍‌ ଲୁକେ । ଯେ ଯେନ୍‌ ଠାନେ ଥିଲେ ବି କୁଟୁମ୍‌ ବଁଶିଆ ସଭେ ଗୁଟେ ଠାନେ ଠୋଲ୍‌ ହେସନ୍‌ । ଘରର ଶିଘା ଦେବୀ ଦେବ୍‌ତାର୍‌ ନେ ନୂଆଁକୁଁଡ଼ା ଲଗେଇ ନୂଆଁ ଅରନ୍‌ କେ ଟୁଁଡେ଼ ଦେସନ୍‌ ସଭେ । ପିଠାମଡ଼ା, ଜୁଖା ଜୁଗାର୍‌, ମନ୍‌ମନ୍‌ସା ଘରେ ଘରେ ବନାସନ୍‌ ଆର୍‌ ବଡ଼ା ଗହଗହ ମହମହ ହେଇ ନୂଆଁଖାଇ କେ ପାଲନ୍‌ କରସନ୍‌ । ଏନ୍‌ତା କି ନୂଆଁଖାଇର୍‌ ବାସି ଦିନ୍‌ କେ ଛାଡ୍‌ଖାଇ ହିସାବେ ବି ପାଲନ୍‌ କରାହେସି । ମାଛ, ଶିକାର୍‌ ଘର୍‌କେ ଘର୍‌ । ନୂଆଁଖାଇ ଜୁହାର୍‌ ଥି ଗାଁ ନୁଁ ସହର୍‌ ଉଠୁଥିସି ପଡ଼ୁଥିସି ।

ଆସୁଛେ ବଡ୍‌ଖା ତିହାର୍‌ ନୂଆଁଖାଇ । ଏଦେ ଆଏବାର୍‌ ୧୧ ତାରିଖ୍‌ ଦିନେ ଲଗନ୍‌ ଫିଟିଛେ । ନୂଆଁଖାଇର୍‌ ଲାଗି ଘର୍‌ ଦୁଆର୍‌ ସଫାସୁତର୍‌ କରି ପଶ୍ଚିମ୍‌ ଓଡ଼ିଶାବାସୀ ସଜ୍‌ବାଜ୍‌ ହେଲେନ’ । ନୂଆଁଖାଇ କେ ବଡ଼ା ଧୁମ୍‌ଧାମ୍‌ ଥି ପାଲନ୍‌ କର୍‌ବେ । ମାତର୍‌କ’ ଇନେ ଗୁଟେ ଦିଗ୍‌ କେ ସଭେ ନଜର୍‌ ଦେବାର୍‌ କେ ପଡ଼୍‌ବା । କରୋନା ସଂକ୍ରମଣ୍‌ ଏଛିନ୍‌ ବି ନେଇଁ ଥେବ୍‌ବାର୍‌ । କେନେ କେନ୍‌ତା ଅଛେ ତାଏଲ୍‌ ତାର୍‌ ଉତ୍‌ପାତ୍‌ । କରୋନା କଟ୍‌କନା କେ ମାନି କରି ନୂଆଁଖାଇ ପାଲନ୍‌ କର୍‌ମା । ଯହ ଭିଡ଼୍‌ଭାଡ଼୍‌ କେ ନେଇଁ ଯଉଁ । ମାନିଗୁନି କରି ରହେଲେ ଜୀବନ୍‌ ଜୀବ୍‌କା ଥାବେ ରହେବା । ଦେଖ୍‌ଲେ ତ’, କରୋନାର୍‌ ଦୁଇ ନମର୍‌ ଲହର୍‌ କେନ୍‌ତା ଉତ୍‌ପାତ୍‌ କଲା । କେତେଟେ ଜୀବନ୍‌ ନେଇଗଲା ବଲାଜୁରି । ପାଶ୍‌ରିମି ବଏଲେ ବି ପାଶ୍‌ରି ନେଇଁ ହୁଏ ହେ ସମିଆଁ । ଇଥିର୍‌ ଲାଗି ସମ୍‌କୁ ବିନ୍‌ତି, ସଭେ କରୋନା କଟ୍‌କନା କେ ମାନି କରି ନୂଆଁଖାଇ ତିହାର୍‌ ପାଲନ୍‌ କର୍‌ମା ।

Leave A Reply

Your email address will not be published.

3 × two =