oom

ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ଼୍‌ କଟକଣାକୁ ଦୃଷ୍ଟି ଦେଇ ସାମାଜିକ ଦୂରତା ପାଳନ ପୂର୍ବକ ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଜଣେ ବରିଷ୍ଠ ସୈନିକଙ୍କୁ ସମ୍ମାନିତ କରିବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ସଂଘର ବରିଷ୍ଠ ସୈନିକ ଶରତ ନାଏକଙ୍କୁ ପୁଷ୍ପମାଲ୍ୟ ତଥା ଉପଢୌକନ ଦେଇ ସଂଘର ଉପସଭାପତି ସର୍ବେରାମ ପଟେଲ ତଥାଲ ସଂଯୋଜକ ନବକୃଷ୍ଣ ପଟେଲ ସମ୍ମାନିତ କରିଥିଲେ । ପୂର୍ବତନ ସୈନିକ ଶ୍ରୀ ନାଏକ ୧୯୬୩ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଦେଶସେବା କରିଛନ୍ତି । ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ଶ୍ରୀ ନାଏକଙ୍କ ଦୀର୍ଘାୟୁ କାମନା କରିବା ସହିତ ସଭାକାର୍ଯ୍ୟ ନିର୍ବାହ କରିବା ସଂଗେ ସଂଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.